www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଲା ୭କୋଟି

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶର ପୂର୍ବ ​‌ଗୋଦାବରୀ ଜିଲାରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୭କୋଟି ଟଙ୍କା ଜବତ କରାଯାଇଛି। ଶନିବାର ଏକ ଭ୍ୟାନ୍‌ ବିଜୟୱାଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଅନନ୍ତପାଲି ଟୋଲ୍‌ ପ୍ଲାଜା ନିକଟ ରାସ୍ତାରେ ଏକ ଟ୍ରକ୍‌କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଏଥିରେ ଭ୍ୟାନ୍‌ଚାଳକ ଆହତ ହୋଇଥିଲେ। ଭ୍ୟାନ୍‌ରେ ଥିବା ଲୋକେ ଏଥିରେ ଚାଲାଣ ହେଉଥିବା ୭ଟି ପେଟିକୁ ଉଠାଇ ଅଖାରେ ଭର୍ତ୍ତି କରୁଥିବାବେଳେ ସ୍ଥାନୀୟ ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଏହାର ଯାଞ୍ଚ କଲାବେଳେ ୭ଟି ପେଟିରେ ୧କୋଟି ଲେଖାଏଁ ୭କୋଟି ଟଙ୍କାର ୫୦୦ଟଙ୍କିଆ ନୋଟ୍‌ ଥିବା ଜଣାପଡ଼ିଥିଲା। ନିର୍ବାଚନ ଖର୍ଚ୍ଚ ପାଇଁ ଏହା ବେଆଇନ ଭାବେ ଚାଲାଣ ହେଉଥିବା ସନ୍ଦେହରେ ପୁଲିସ ଟଙ୍କା ପେଟିଗୁଡ଼ିକୁ ଜବତ କରିଛି। ଏହାକୁ ନିର୍ବାଚନ ଅଧିକାରୀଙ୍କ ଜିମା ଦିଆଯିବା ସହ ତଦନ୍ତ ଚାଲିଥିବା ପୁଲିସ କହିଛି। ଦୁଇ ଦିନ ପୂର୍ବେ ଏନ୍‌ଟିଆର ଜିଲାରେ ଏକ ଟ୍ରକ୍‌ରେ ଚାଲାଣବେଳେ ନଗଦ ୮କୋଟି ଟଙ୍କା ଜବତ ହୋଇଥିଲା।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories