www.samajalive.in
Monday, December 8, 2025
14.1 C
Bhubaneswar

ଉପକୂଳରେ କାଳବୈଶାଖୀ ବର୍ଷା : ୧୫ ତାରିଖ ଯାଏଁ ଝଡବର୍ଷା ନେଇ ସତର୍କତା

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାତିରୁ ଆଶ୍ଵସ୍ତି ମିଳିଛି। ଶନିବାର ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ଟ୍ବିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ୍ କିଛି ସମୟ ପାଇଁ ଘଡଘଡି , ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା। ଏମିତିକି ତୁହାକୁ ତୁହା ବର୍ଷା ସାଙ୍ଗକୁ ଜୋରରେ ପବନ ବହିଥିଲା। ଫଳରେ ବିଦ୍ୟୁତ୍ କାଟ ହେବା ସାଙ୍ଗକୁ ରାସ୍ତାରେ ଗାଡି ମଟର ଚଳାଚଳରେ ବାଧା ଉପୁଜିଥିଲା। ଏମିତିକି କିଛି କିଛି ତଳିଆ ସ୍ଥାନରେ ପାଣି ଜମି ରହିଥିଲା। ତଳିଆ ଅଞ୍ଚଳରେ ଘର କରି ରହୁଥିବା ଲୋକଙ୍କ ଘରେ ପାଣି ପଶିଯାଇଥିଲା। କାଳବୈଶାଖୀ ପ୍ରଭାବରେ ରାଜଧାନୀ​‌ରେ ଭାରି ବର୍ଷା ହୋଇଛି। ଭୁବନେଶ୍ଵରରେ ୭୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ପାରାଦୀପରେ ୫୧ . ୪, ପୁରୀରେ ୩୭.୮ , ବାଲେଶ୍ଵରରେ ୩୫ ଡିଗ୍ରୀ ଏବଂ ଚାନ୍ଦବାଲି ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେପଟେ ଆସନ୍ତା ୧୫ ତାରିଖ ଯାଏଁ ଝଡବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆଜି ପାଇଁ ୪ ଜିଲ୍ଲା ମୟୁରଭଞ୍ଜ , ବାଲେଶ୍ଵର , ଭଦ୍ରକ ଏବଂ ଯାଜପୁରରେ ପ୍ରବଳ ବର୍ଷା ସହ ବିଜୁଳି , ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବାକି ୧୫ ଜିଲ୍ଲାରେ ୩୦ରୁ ୫୦ କିମି ବେଗରେ ପବନ ସହ ବିଜୁଳି , ଘଡଘଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ହେଲେ ୧୭ ତାରିଖ ବେଳକୁ ପୁଣି ରାଜ୍ୟକୁ ପୁଣି ତାତି ଫେରିବ। ମେ ୧୭ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ସାଙ୍ଗକୁ ତାତି ଫେରିବାର ସମ୍ଭାବନା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories