ବୌଦ୍ଧରେ ପୋଷ୍ଟାଲ ବାଲଟରେ ମତଦାନ, ଭୋଟ ଦେଲେ ୨୭୬ କର୍ମଚାରୀ

ବୌଦ୍ଧ : ବୌଦ୍ଧ ଜିଲାରେ ଆଜିଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି,  ସେମାନେ ପୋଷ୍ଟାଲ ବାଲଟରେ ଭୋଟଦାନ  କରିଛନ୍ତି। ଏହି ମତଦାନ ପ୍ରକ୍ରିୟା ମେ’ ମାସ  ୧୭ ତାରିଖ ପର୍ଯ୍ୟନ୍ତ  ଚାଲିବ। ପ୍ରଥମ ଦିବସରେ ବୌଦ୍ଧ ଜିଲାରେ ବୌଦ୍ଧ ଓ କଣ୍ଟାମାଳ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ସମୁଦାୟ  ୨୭୬ ଜଣ  ପୋଷ୍ଟାଲ ବାଲଟରେ ଭୋଟ ଦାନ କରିଛନ୍ତି। ମତଦାନ ପରେ ବାଲଟଗୁଡ଼ିକୁ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ପୋଷ୍ଟାଲ୍ ମତଦାନର ଅଧିକାରୀ ଭାବରେ ଦାୟିତ୍ବ ତୁଲାଉଛନ୍ତି ।
kalyan agarbati

Comments are closed.