www.samajalive.in
Monday, December 8, 2025
13.1 C
Bhubaneswar

ଅକ୍ଷୟ ତୃତୀୟାରେ ନେଇ ଆସନ୍ତୁ ଏହି ଗୋଟିଏ ଗଛ ; ଦେଖନ୍ତୁ ଚମତ୍କାର..

ସନାତନ ଧର୍ମରେ ଅକ୍ଷୟ ତୃତୀୟା ଦିନର ଖୁବ ମହତ୍ତ୍ୱ ରହିଛି। ଏହି ପର୍ବ ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିରେ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ଏହି ଦିନ ଯେଉଁ କାର୍ଯ୍ୟ କରାଯାଏ, ତାହା ଖୁବ୍ ଫଳପ୍ରଦ। ଏହାସହ ଅକ୍ଷୟ ତୃତୀୟାର ଅର୍ଥ ଅନନ୍ତ ଅର୍ଥାତ ଯାହାର କୌଣସି ଅନ୍ତ ନାହିଁ। ତେଣୁ ଏହି ଦିନ କିଣା ଯାଇଥିବା ଜିନିଷ ସାମାନ୍ୟ ନୁହେଁ। ଏହି ଦିନ ଯେକୌଣସି ଶୁଭ କାର୍ଯ୍ୟ କରି ପାରିବେ। ଯାହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ମାନ୍ୟତା ଅନୁଯାୟୀ ଯେଉଁ ବ୍ୟକ୍ତି ଏହି ଦିନ ଘରକୁ ତୁଳସୀ ଗଛ ଆଣନ୍ତି, ତାଙ୍କୁ ଅତ୍ୟନ୍ତ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ଘରୁ ଦରିଦ୍ରତା ଦୂର ହୋଇଥାଏ। ଏହି ଦିନ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଶୁଭଙ୍କର।

ଅକ୍ଷୟ ତୃତୀୟାରେ ମାଲାମାଲ ହେବେ ମା’ଲକ୍ଷ୍ମୀଙ୍କ ପ୍ରିୟ ଏହି ରାଶି ମାନେ, ହଠାତ୍ ମିଳିବ ଧନ..

- Advertisement -

କୁହାଯାଏ ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ମାତ୍ର ଜାଣନ୍ତୁ ତୁଳସୀ ଗଛ ଲଗାଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ..

ଅକ୍ଷୟ ତୃତୀୟା : ବାସ୍ ଏହି ୫ଟଙ୍କିଆ ଜିନିଷ କିଣି ଆଣନ୍ତୁ, ଧନ ପାଇଁ ଆଉ ଚିନ୍ତା ରହିବ ନାହିଁ..

ଅକ୍ଷୟ ତୃତୀୟା ଦିନ ଶେଯ ତ୍ୟାଗ ପରେ ସ୍ନାନ କରି ସୂର୍ଯ୍ୟଦେବଙ୍କ ଆରାଧନା କରନ୍ତୁ। ଏହାପରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରନ୍ତୁ। ବିଷ୍ଣୁଙ୍କ ମନ୍ତ୍ର ଉଚ୍ଚାରଣ କରି ମାଟିପାତ୍ରରେ ତୁଳସୀ ଗଛ ଲଗାନ୍ତୁ। ଏହାପରେ ସମ୍ପୂର୍ଣ୍ଣ ବିଧିରେ ପୂଜାର୍ଚ୍ଚନା କରନ୍ତୁ। ଏହାପରେ ପ୍ରତ୍ୟେକ ଦିନ ତୁଳସୀଙ୍କୁ ଜଳ ଅର୍ପଣ କରନ୍ତୁ। ଏହି ଉପାୟରେ ସଫଳତା ଖୁବ୍ ଶୀଘ୍ର ପ୍ରାପ୍ତି ହେବା ସହ ଆଦୌ ଧନର ଅଭାବ ହୋଇନଥାଏ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories