ମା’ ବାଉତୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା 

ଆଠଗଡ:  ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମରେ ଆରାଧ୍ୟା ମା’ ବାଉତୀ ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଗୁରୁବାର ପ୍ରତ୍ୟୁଷରେ ଗ୍ରାମର ଶତାଧିକ ମହିଳା ପୁରୁଷ ଶ୍ରଦ୍ଧାଳୁ ନିକଟସ୍ଥ ସାପୁଆ ନଦୀରୁ ପୂଜାର୍ଚ୍ଚନା ପରେ ଜଳକଳସ ଧାରଣ କରି ଏକ ବିଶାଳ ଶୋଭାଯାତ୍ରାରେ ପୀଠକୁ ଆସିବା ପରେ ଘଟସ୍ଥାପନ ସହିତ ଯଜ୍ଞାରମ୍ଭ ହୋଇଥିଲା। ଏହାପରେ ମା’ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ କରାଯାଇଥିଲା।
prayash
ଶୁକ୍ରବାର ପୂର୍ବାହ୍ନରୁ ପୀଠରେ ସୂର୍ଯ୍ୟପୂଜା, ଗୋ ପୂଜା, ମନ୍ଦିର ପ୍ରତିଷ୍ଠା, ଯଜ୍ଞାହୁତି, ସିଂହାସନ ପ୍ରତିଷ୍ଠା, ନ୍ୟାସ, ପ୍ରାଣ ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି କାର୍ଯ୍ୟ ସଂପାଦିତ କରାଯାଇଥିଲା। ଏଥିରେ ଗ୍ରାମବାସୀଙ୍କ ତରଫରୁ ଯଜ୍ଞରେ ଉଦୟନାଥ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଅବନ୍ତି ମହାନ୍ତି କର୍ତ୍ତାରୁପେ ଦାୟିତ୍ୱ ନିର୍ବାହ କରିଥିଲେ। ଗ୍ରାମବାସୀ ତଥା ବଦାନ୍ୟ ବ୍ୟକ୍ତିମାନଙ୍କ ମିଳିତ ସହଯୋଗରେ ନିର୍ମିତ ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦୁରଦୁରାନ୍ତରୁ ଆସିଥିବା ଏକାଧିକ ସଂକିର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକିର୍ତ୍ତନ ଏବଂ ଆନନ୍ଦ ବଜାରର ଆୟୋଜନ କରାଯାଇଥିଲା।

Comments are closed.