www.samajalive.in
Sunday, December 7, 2025
23.1 C
Bhubaneswar

କବି ବ୍ରଜନାଥ ବଡ଼ଜେନାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

କାମାକ୍ଷାନଗର : ଓଡ଼ିଶା ସାହିତ୍ୟ ଏକାଡେମୀ, ସମାଜ ପାଠକ ମଞ୍ଚ ଓ କଳ୍ପନା କ୍ଲବର ମିଳିତ ଆନୁକୂଲ୍ୟରେ କବି ବ୍ରଜନାଥ ବଡ଼ଜେନାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳିତ  ହୋଇଯାଇଛି । ସମାଜ ପାଠକ ଵିଚାର ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ତଥା ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଅଧ୍ୟାପିକା ଡକ୍ଟର ପୁଷ୍ପଲତା ରଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ପଣ୍ଡିତ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର , ବିଶିଷ୍ଠ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର , ସମ୍ମାନିତ ଅତିଥି ଭାବେ କାମାକ୍ଷାନଗର ଏନଏସିର ପୂର୍ବତନ ନଗରପାଳ ଗୋବିନ୍ଦଚନ୍ଦ୍ର ସାହୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ପ୍ରଭାତ କୁମାର ଦାଶ, ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। କବି ବଡ଼ଜେନାଙ୍କର ଓଡ଼ିଆ ସାହିତକୁ ବଳିଷ୍ଠ ଅବଦାନ, ତାଙ୍କର କାବ୍ୟ କବିତାର ସାମାଜ ଉପରେ ପଡିଥିବା ପ୍ରଭାବ ଉପରେ ମୁଖ୍ୟଅତିଥି ଆଲୋକପାତ କରିଥିଲେ। ଓଡ଼ିଶାର ସାହିତ୍ୟ କୃତୀ ଗୁଡିକର ବିଭିନ୍ନ ଭାଷାରେ ଦେଶବିଦେଶରେ ଆଦୃତ ଲାଭ କରିବାର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଅତିଥି ମତ ପ୍ରକାଶ କରିଥିଲେ।
ଦ୍ଵିତୀୟ ଅଧିବେଶନରେ ସମାଜ ପାଠକ ବିଚାର ମଞ୍ଚର ଉପ ସଭାପତି ଶ୍ରୀରାମ ରାଉତଙ୍କ ଅଧ୍ୟକ୍ଷତାରେ ନିରଞ୍ଜନ ସାହୁ ଓ ସମରେନ୍ଦ୍ର ନାୟକଙ୍କ ସଂଯୋଜନା ରେ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଜ୍ଞାନରଞ୍ଜନ ମିଶ୍ର କବିତା ଗୁଡିକୁ ସମୀକ୍ଷା କରିଥିଲେ। ସଭ୍ୟ ପ୍ରମୋଦ ସ୍ୱାଇଁ, ଡକ୍ଟର ଜୟକୃଷ୍ଣ ମିଶ୍ର, ଆଡଭୋକେଟ ପ୍ରେମାନନ୍ଦ ସାହୁ, ପ୍ରଦୀପ କୁମାର ମହାପାତ୍ର, ମଧୁସୂଦନ ସେଣ୍ଢ , ମଧୁସୂଦନ ରାଉତ, ସନ୍ତୋଷ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମଞ୍ଚର ସମ୍ପାଦକ ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories