www.samajalive.in
Sunday, December 7, 2025
26.1 C
Bhubaneswar

ବ୍ରହ୍ମାସ୍ତ୍ର: ଫିଲ୍ମକୁ ସଫଳ କରିବାକୁ ସାଉଥ୍‌ ସହ ହାତ ମିଶାଇଲା ବଲିଉଡ଼

ମୁମ୍ବାଇ: ଅୟାନ ମୁଖାର୍ଜୀଙ୍କ ନିର୍ଦେଶିତ ‘ବ୍ରହ୍ମାସ୍ତ୍ର’ ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ରଣବୀର କପୁର ଓ ଆଲିଆ ଭଟ୍ଟ ଅଭିନୀତ ଏହି ଫିଲ୍ମ ସେପ୍ଟେମ୍ବର ୯ ତାରିଖରେ ପ୍ରେକ୍ଷାଳୟକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅପରପକ୍ଷେ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଜୁନ୍‌ ୧୫ ତାରିଖରେ ରିଲିଜ୍‌ ହେବ। ଇତି ମଧ୍ୟରେ ଚଳଚ୍ଚିତ୍ର ସମ୍ବନ୍ଧରେ ଏକ ବିଶେଷ ସୂଚନା ମିଳିଛି। ମେଗାଷ୍ଟାର ଚିରଞ୍ଜୀବୀ ଏହି ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ସୋମବାର ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇ ଏହି ଖବରକୁ ନିଶ୍ଚିତ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ଫିଲ୍ମର ଟିଜର ରିଲିଜ କରି କରଣ ଜୋହର ସୂଚନା ଦେଇଛନ୍ତି ଯେ, ଫିଲ୍ମର ତେଲୁଗୁ ସଂସ୍କରଣରେ ମେଗାଷ୍ଟାର ଚିରଞ୍ଜୀବୀଙ୍କ କଣ୍ଠସ୍ୱର ରହିବ। କରଣ ଲେଖିଛନ୍ତି, ‘‘ଟିମ୍ ବ୍ରହ୍ମାସ୍ତ୍ରକୁ ଆପଣଙ୍କୁ ସ୍ୱାଗତ, ଚିରଞ୍ଜୀବୀ ସାର୍! ଅତ୍ୟଧିକ କୃତଜ୍ଞ ଏବଂ ଗର୍ବ ଅନୁଭବ କରୁଛି ଯେ ଆପଣ ଚଳଚ୍ଚିତ୍ରର ତେଲୁଗୁ ସଂସ୍କରଣରେ ଆପଣଙ୍କ ସ୍ୱର ଦେଇଛନ୍ତି। ଆପଣଙ୍କ ଅସୀମ ପ୍ରତିଭା ଏବଂ ମହାନତା ସହିତ ଏହି ପରିବାରକୁ ଅଧିକ ଶକ୍ତିଶାଳୀ କରିଥିବାରୁ ଧନ୍ୟବାଦ!’’

- Advertisement -


ସୂଚନାଯୋଗ୍ୟ, ‘ବ୍ରହ୍ମାସ୍ତ୍ର’ ହିନ୍ଦୀ ସହ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍ ହେବ। ଏଭଳି ପରିସ୍ଥିତିରେ ଦକ୍ଷିଣ ଭାରତୀୟ ଦର୍ଶକଙ୍କ ମଧ୍ୟରେ ଚଳଚ୍ଚିତ୍ରର ଯାଦୁକୁ ବଜାୟ ରଖିବା ପାଇଁ ନିର୍ମାତାମାନେ ସବୁକିଛି କରୁଛନ୍ତି, ଯାହା ଫିଲ୍ମର ସଫଳତା ପାଇଁ ଆବଶ୍ୟକ। ଏହି କାରଣରୁ ତେଲୁଗୁ ଅଭିନେତା ନାଗାର୍ଜୁନଙ୍କୁ ଏହି ଚଳଚ୍ଚିତ୍ରରେ ନନ୍ଦୀ ଭୂମିକାରେ ଅବତ୍ତୀର୍ଣ୍ଣ କରାଯାଇଛି। ଏଥି ସହିତ ତେଲୁଗୁ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ଏ‌ସ୍ ରାଜାମୌଲୀ ଏବଂ ଧନୁଷ ଏହି ଚଳଚ୍ଚିତ୍ରକୁ ଚାରୋଟି ଭାଷାରେ ପ୍ରସ୍ତୁତ କରିବେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories