କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁରରେ ଆଞ୍ଚଳିକ ବକ୍ସିଂ ପ୍ରତିଯୋଗିତା

ଗୋପାଳପୁର : କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ପରିସରରେ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବି.ଏନ୍. ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ଆର୍ମି ଏ ଡି ସେଣ୍ଟରର କମାଣ୍ଡାଣ୍ଟ ବ୍ରିଗେଡିୟର ଆଇ. ଏସ୍ ପଞ୍ଜରଥ, ଏସ୍. ଏମ୍ ଏବଂ ତାଙ୍କ ସହିତ ଆର୍ମି ମୁଖ୍ୟ ଶିକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରତାପ ରଜନିଶ୍ ସିଂହ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଗୋପାଳପୁର କଲେଜର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ରାମଚନ୍ଦ୍ର ଜେନା ଓ ଆର୍ମି ପବ୍ଲିକ ସ୍କୁଲର ଅଧ୍ୟକ୍ଷ  ପ୍ରଦୀପ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜିତ ପ୍ରତିଯୋଗିତାରେ  ବିଭିନ୍ନ ବିଦ୍ୟାଳୟର ୧୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୯ ଜଣ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି । ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ୩ ଜଣ କେ. ଭି ଗୋପାଳପୁରର ଛାତ୍ର ରହିଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଏବଂ ପଞ୍ଜାବୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୁଶ୍ରୀ ସୁଖ କୁମାରୀ ନିଜର ବକ୍ତବ୍ୟ ଦ୍ବାରା ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଏବଂ ବିଦ୍ୟାଳୟର ପ୍ରାଚାର୍ଯ୍ୟ  ବି. ଏନ୍ ଦାସ ନିଜ ବକ୍ତବ୍ୟରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ପ୍ରତିଭାଗୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ବାରା ସଙ୍ଗୀତ, ନୃତ୍ୟ ପରିବେଷଣକାରୀ ଛାତ୍ରଛାତ୍ରୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା ଏବଂ  ଶପଥ ପାଠ ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମ୍ୟାଚର ର ଶୁଭାରମ୍ଭ ହୋଇଥିଲା। ନରେନ୍ଦ୍ର ସିଂହ, ସୁବ୍ରତ କୁମାର ପଣ୍ଡା ଏବଂ ଅନ୍ୟ ଶିକ୍ଷକ ମାନେ ସମନ୍ଵିତ ଭାବରେ ପ୍ରତିଯୋଗିତାର ପରିଚାଳନା କରିଥିଲେ।

Comments are closed.