ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଲା ୫ ଜୀବନ

0

ହରଭଙ୍ଗା : ବୌଦ୍ଧର ହରଭଙ୍ଗା ବ୍ଲକ ଅନ୍ତର୍ଗତ ଶଙ୍କୁଲେଇ ଗ୍ରାମ ତଳସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଲଗାର ବର୍ଷା କାରଣରୁ ଶନିବାର ବିଳମ୍ବିତ ରାତିରେ ଶଙ୍କୁଲେଇ ଗ୍ରାମ ତଳସାହିର ଅକ୍ଷୟ ନାୟକଙ୍କ ଘର ଭାଙ୍ଗି ଯାଇଥିଲା। ଘର ଭିତରେ ଥିବା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଘରେ ଶୋଇଥିବା ସମୟରେ ଅକ୍ଷୟ ନାୟକଙ୍କ ଘର ଭାଙ୍ଗି ପଡ଼ିଥିଲା। ଫଳରେ ଅକ୍ଷୟ ତାଙ୍କ ପତ୍ନୀଙ୍କ ସହ ୩ ଜଣ ଶିଶୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି କରାଯାଇଛି।

Leave A Reply