ବୌଦ୍ଧ ପୁଲିସକୁ ବଡ ସଫଳତା: ନଳିକୁପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂଶ,ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ବୌଦ୍ଧ/ମନମୁଣ୍ଡା: ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ନଳିକୁପା ଜଙ୍ଗଲରେ କୁମ୍ବିଂ ସମୟରେ ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ କୁମ୍ବିଂ ସମୟରେ ଏସଓଜି ଯବାନମାନେ ନଳୀକୁପା ଗ୍ରାମ ନିକଟରେ ଥିବା ଏକ ମାଓ କ୍ୟାମ୍ପକୁ ଧ୍ୱଂଶ କରିବା ସହିତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଥିବା ବୌଦ୍ଧ ଏସପି ରାଜ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

ଜିଲା ପୁଲସର ରିଜର୍ଭ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ପ୍ରସାଦ ଦେଇଥିବା ସୂଚନା ମୁତବାକ ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଜଙ୍ଗଲରେ ମାଓ ଗତିବିଧି ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇବା ପରେ ଗତ ୧୩ ତାରିଖ ଦିନ ଏସଓଜି ଯବାନମାନେ ନଳିକୁପା ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ। ୧୪ ତାରିଖ ଦିନ କୁମ୍ବିଂ ସମୟରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ ପକ୍ଷରୁ ୮୦ ରାଉଣ୍ଡ ଗୁଳି ଚାଳନା କରାଯାଇଥିବାବେଳେ ମାଓବାଦୀମାନେ ପ୍ରାୟ ୨୦୦ ରାଉଣ୍ଡ ଗୁଳି ଚାଳନା କରିଥିଲେ। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିବା ପରେ ଏସଓଜି ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇ ନଳିକୁପା ନିକଟରେ ଥିବା ମାଓ କ୍ୟାମ୍ପକୁ ଧ୍ୱଂଶ କରାଯାଇଥିଲା।

prayash

କ୍ୟାମ୍ପ ମଧ୍ୟରେ ମାଓବାଦୀଙ୍କ ଦ୍ୱାରା ବ୍ୟବହୃତ ଅନେକ ସାମଗ୍ରୀ ସହିତ ବିପୁଳ ପରିମାଣରେ ବିଷ୍ଫାରକ ସାମଗ୍ରୀ ପୁଲିସ ଜବତ କରିଥିଲା। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ମାଓବାଦୀ କ୍ୟାମ୍ପ ରୁ ୧୨ ଗୋଟି ଆଇଇଡି,୪ ଟି ଜିଲେଟିନ, ଲୋକାଲ ମେଡ ହେଣ୍ଡ ଗ୍ରାନେଡ ୪ ଟି,ଏସପିଜିଲେ ଲାଇଭ ରାଉଣ୍ଡ ୨ ଟି, ବିଦ୍ୟୁତ ତାର ୫ ବଣ୍ଡଲ,ମଲଟି ମିଟର ୧ ଟି,ଗନ କି୍ଲନିଂ ପୁଲ ଥ୍ରୋ ୨ ଟି,ପଟାସିୟମ ନାଇଟ୍ରେଟ ପାଉଡର ପ୍ୟାକେଟ,ଏନିମେସନ ପାଉଚ ୨ ଟି, ବ୍ୟାଟେରୀ ୧୨ ଟା, ୱାକିଟକି ଚାର୍ଜର ୩ ଟା,ଇଲେକ୍ଟ୍ରି ସର୍କିଟ ୧ ଟି,ବଡି ଟ୍ରେପ ମେକାନିଜମ,ବେଡି ଟ୍ରେପ ମେକାନିଜମ,ବେଟେରୀ ଚାର୍ଜର ୨ ଟି,ଜଙ୍ଗଲ ପେକ୍ ହାଭେରସେକ୍ ୭ ଟି,ମାଓବାଦୀ ପୋଷାକ ୧ ଟି, ମାଓ ପୁସ୍ତକ,କମ୍ବଳ ୧୨ଟା,ସୋଲାର ପେନାଲ ୩ ଟା,ଟର୍ଚ୍ଚ ବ୍ୟାଟେରୀ ୪ ଟା,ଏପିପି ବ୍ୟାଟେରୀ ୬ ଟା,ପୱାର ବ୍ୟାଙ୍କ ୧ ଟି,ମେନ ପେକ୍ ବେଟେରୀ ୨ଟା,ଆଇରନ କ୍ରୋ ବାର ୧ ଟି, କୁରାଢି ୨ ଟି, କୋଡି ୨ ଟି,ଛୁରୀ ୩ ଟା,ପାଣି ଜାର ୫ ଟା,ବୋଟଲ ୫ଟା, େଔଷଧ, ଛତା ୨୧ ଟି,ବାଲଟି ୩୩ ଟି,ପଲଥିନ ଦରି ୧୨ ଟା, ଶିତ ବସ୍ତ୍ର ୧୭ ଟି,ମହିଳା ପୋଷାକ ୨ ଟି ଓ ବହୁ ପରିମାଣରେ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା ଦିଆଯାଇଛି। ସର୍ଚ୍ଚ ଅପରେସନରେ ବୌଦ୍ଧ ଓ କନ୍ଧମାଳର ବମ ସ୍କ୍ୱାର୍ଡ ସାମିଲ ହୋଇଥିବା ବେଳେ କିଛି ଜୀବନ୍ତ ଲେଣ୍ଡ ମାଇନକୁ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି।

କେକେବିଏନ ର ଏହି ଦଳରେ ପ୍ରାୟ ୩୫ ଜଣ ମାଓବାଦୀ ଜଙ୍ଗଲ ମଧ୍ୟରେ ରହିଥିବା ପୁଲିସକୁ ସୂଚନା ମିଳିଥିବାବେଳେ ସେମାନଙ୍କ ଗତିବିଧି ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ମାଓବାଦୀମାନେ କେତେବେଳେ ବୌଦ୍ଧ ସୀମାନ୍ତ ତ କେତେବେଳେ କନ୍ଧମାଳ ସୀମାନ୍ତ ମଧ୍ୟରେ ସେମାନଙ୍କ ଆଶ୍ରୟ ସ୍ଥଳ ନିର୍ମାଣ କରୁଥିବା ଜଣାପଡିଛି। ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଏସଡିପିଓ କୈଳାଶ ଚନ୍ଦ୍ର ସେଠୀ ଓ ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ।

Comments are closed.