www.samajalive.in
Tuesday, December 9, 2025
15.1 C
Bhubaneswar

ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସଠିକ ନିଦାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ

ବୌଦ୍ଧ : ୱାଇସିଡିଏ ଓ ବେସିକ ନିଡସ ଇଣ୍ଡିଆ, ବାଙ୍ଗାଲୋରର ମିଳିତ ସହଯୋଗରେ ମାନସିକ ସ୍ବାସ୍ଥ୍ୟ ପାଇଁ ଏକ ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ବିଏନଆଇ ରାଜ୍ୟ ମୁଖ୍ୟ ରାଜୀବ କର୍ମୀ, ୱାଇସିଡିଏ ନିର୍ଦେଶକ ଅରୁଣ ପ୍ରଧାନ ପ୍ରମୁଖ ଜିଲାରେ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଏହାପରେ ସଂଯୋଜକ ଗିରିଶ ମେହେର ବିଗତ ଦୁଇ ବର୍ଷ ଧରି ହରଭଙ୍ଗା ବ୍ଲକରେ ଚାଲିଥିବା କାର୍ଯ୍ୟକ୍ରମ ବିଷୟରେ ବିବରଣୀ ରଖିଥିଲେ।

ଏହାପରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମାନସିକ ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ଚିକିତ୍ସା କ୍ଷେତ୍ରରେ ହେଉଥିବା ଅସୁବିଧା ବିଷୟରେ କହିଥିଲେ। ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ଆଗାମୀ ଦିନରେ କିପରି ଏହି ସମସ୍ୟା ଗୁଡ଼ିକ ସମାଧାନ କରାଯାଇପାରିବ ଓ ବୌଦ୍ଧ ଜିଲାକୁ ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଏକ ମଡେଲ ଜିଲା କରାଯାଇ ପାରିବ ସେଥିପାଇଁ ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ଅନେକ ଜିଲାସ୍ତରୀୟ ଅଧିକାରୀଙ୍କ ସମେତ ମାନସିକ ବ୍ୟକ୍ତି ଓ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ୱାଇସିଡିଏର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories