www.samajalive.in
Saturday, December 13, 2025
17.1 C
Bhubaneswar

ମୋଟରଯାନ ଆଇନ ଉଲଂଘନକାରୀଙ୍କ ଉପରେ ଲାଗିବ ଲଗାମ

ବୌଦ୍ଧ: ବୌଦ୍ଧ ଜିଲାରେ ଦୁର୍ଘଟଣା ସଂଖ୍ୟା ଓ ଏଥିରେ ଧନଜୀବନ ହାନି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି। ବାରମ୍ବାର ଏନେଇ ପ୍ରଶାସନ ପକ୍ଷରୁ ବୈଠକ ଡକାଯାଇ ଦୁର୍ଘଟଣା ଉପରେ ରୋକ ଲଗାଇବାକୁ ଆଇନ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଦିନ ଜିଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ ସନତ କୁମାର ନାଏକଙ୍କ ଉପସ୍ଥିତିରେ ଆଞ୍ଚଳିକ ପରିବହହ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଯାନାବାହାନ ଯାଞ୍ଚ କରାଯାଇଥିଲା। ଏଥିରେ ୨୬ ଗୋଟି ଯାନବାହାନ ତନଖି କରାଯାଇ ହେଲମେଟ,ଅନୁମତି ଠାରୁ ଅଧିକ ମାଲପରିବହନ ,ସିଟବେଲଟ,ଡ୍ରାଇଭିଂ ଲାଇସେନ୍ସ,ପ୍ରଦୂଷଣ ପ୍ରମାଣପତ୍ର ଆଦି ଯାଞ୍ଚ କରାଯାଇ ଆଇନ ଉଲଂଘନକାରୀଙ୍କଠାରୁ ୧.୬୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ଜିଲାରେ ମୋଟରଯାନ ଆଇନ ଉଲଂଘନକାରୀଙ୍କ ଉପରେ ଲଗାମ ଲଗାଇବାକୁ ପ୍ରତ୍ୟେକ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡାକଡି ଭାବରେ ଯାନବାହାନ ଚେକିଂ ମଧ୍ୟ କରାଯାଉଛି, କିନ୍ତୁ ଏହା ସେତ୍ୱ ଦୁର୍ଘଟଣା ଉପରେ ଲଗାମ ଲଗାଇବା ସମ୍ଭବ ହୋଇପାରୁନାହିଁ। ବିଶେଷ ଭାବରେ ସମ୍ବଲପୁର କଟକ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘବର୍ଷ ହେଲା ଚାଲିଥିବାବେଳେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ଯାନବହାନ ସଂଖ୍ୟା ବହୁମାତ୍ରାରେ ବୃଦ୍ଧି ପାଇଛି। ଏହା ଦୁର୍ଘଟଣା ବୃଦ୍ଧିର ଏକ ପ୍ରମୁଖ କାରଣ ବୋଲି କୁଯାଉଅଛି। ଜିଲାରେ ମନମୁଣ୍ଡାଠାରୁ ବଦଲା ପର୍ଯ୍ୟନ୍ତ ପ୍ରାୟ ୧୧୦ କିଲୋମିଟର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଲମ୍ବିଛି। ଏହାବ୍ୟତୀତ ରେଢାଖୋଲ ପଟରୁ କିଆକଟା ଦେଇ ଚାରିଛକ ପର୍ଯ୍ୟନ୍ତ ରାଞ୍ଚି ବିଜୟୱାଡା ଜାତୀୟ ରାଜପଥ ରହିଛି। ଫଳରେ ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଭାରିଯାନ ଓ ଅନ୍ୟାନ୍ୟ ଯାନବାହାନ ଚଳାଚଳ କରୁଅଛି। ତେଣୁ ଏହି ଜାତୀୟ ରାଜପଥ ଉପରେ ସବୁବେଳେ ଦୁର୍ଘଟଣାର ଆଶଙ୍କା ଲାଗି ରହୁଛି।

ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରାଯାଇ ସେଠାରେ ଗାଡିଚାଳକମାନଙ୍କ ପାଇଁ ସତର୍କ ସୂଚନା ଦେବାକୁ ବାରମ୍ବାର ସଡକ ସୂରକ୍ଷା ବୈଠକରେ ଆଲୋଚନା ହୋଇ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପରବର୍ତ୍ତି ସମୟରେ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ଦୁର୍ଘଟଣା ରୋକିବା ପାଇଁ କେବଳ ଯେ ଜୋରିମାନା ଆଦାୟ ଏକମାତ୍ର ବିକଳ୍ପ ନୁହେଁ ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବ୍ଲାକସ୍ପଟ ଗୁଡିକ ଚିହ୍ନଟ କରାଯାଇ ତୁରନ୍ତ ସୂଚନା ଫଳକ ଲାଗାଇବାର ଆବଶ୍ୟକତା ରହିଛି। ଏହାବ୍ୟତୀତ ଜାତୀୟ ରାଜପଥ ଉପରେ ଦୀର୍ଘଦିନ ହେଲା ଅନେକ ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ତାହା ସମାପ୍ତ ହୋଇପାରୁନାହିଁ। ସେହିପରି ବୌଦ୍ଧ କିଆକଟା ମହାନଦୀ ସେତୁ ଉପରେ ବଡବଡ ଖାଲ ସୃଷ୍ଟି ହୋଇ ବିପଦଜନକ ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ଏହା ଜାତୀୟ ରାଜପଥ ବିଭାଗର ଦୃଷ୍ଟିକୁ ଆସିପାରୁନାହିଁ। ତେଣୁ ଦୁର୍ଘଟଣା ସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ରାସ୍ତା ସବୁର ମରାମତି, ଗାଡିଚାଳକମାନଙ୍କ ପାଇଁ ସୂଚନା ଫଳକ, ଜାତୀୟ ରାଜପଥ ଉପରେ ଥିବା ବିଦ୍ୟାଳୟ ଓ ଚିକିତ୍ସାଳୟ ଭଳି ଅନୁଷ୍ଠାନ ଗୁଡିକ ସମ୍ମୁଖରେ ଗତି ନିୟନ୍ତ୍ରଣ ପାଇଁ ଆବଶ୍ୟକିୟ ବ୍ୟବସ୍ଥା ଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା ସାଧାରଣରେ ମତପ୍ରକାଶ ପାଉଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories