ଷ୍ଟିଲବାର୍ଡ ଆଣିଲା ଭିଣ୍ଟେଜ୍ ହେଲମେଟ୍ ସିରିଜ୍, ଦାମ୍ ମାତ୍ର ୯୫୯ ଟଙ୍କା
ନୂଆଦିଲ୍ଲୀ : ଷ୍ଟିଲବାର୍ଡ ହାଇ-ଟେକ୍ ଇଣ୍ଡିଆ ଲିମିଟେଡ୍ ନିଜ ନୂଆ ଭିଣ୍ଟେଜ୍-ପ୍ରେରିତ ହେଲମେଟ୍ସର ରେଞ୍ଜ ଏସବିଏଚ୍-୫୪, ଏସବିଏଚ୍-୫୫ ଓ ଏସବିଏଚ୍-୫୬ ଲଞ୍ଚ୍ କରିଛି । ଏହି ହେଲମେଟ୍ସ ସେହି ଚାଳକଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ଷ୍ଟାଇଲ୍ ଓ ସୁରକ୍ଷା ଉଭୟକୁ ଧ୍ୟାନରେ ରଖନ୍ତି । ମଜଭୁତ ଥର୍ମୋପ୍ଲାଷ୍ଟିକ୍ ଶେଲରେ ଏହି ହେଲମେଟ୍ ପ୍ରସ୍ତୁତ ହୋଇଛି । ଏହି ଭିଣ୍ଟେଜ ସିରିଜର ପ୍ରାରମ୍ଭିକ ଦାମ୍ ୯୫୯ ଟଙ୍କା ରଖିଛି କମ୍ପାନୀ ।
ହେଲମେଟର ପଲିକାର୍ବୋନେଟ୍ ଆଣ୍ଟି-ସ୍କ୍ରାଚ୍ କୋଟେଡ୍ ଭାଇଜର କ୍ରୋମ୍ ଫିନିଶ୍ ସହିତ ଆସିଥାଏ ଯାହା ଏହାକୁ କ୍ଲାସିକ୍ ଲୁକ୍ ପ୍ରଦାନ କରେ । ଏହି ହେଲମେଟ୍ ଛୋଟ ଭାଇଜର, ଲମ୍ବା ଭାଇଜର ଓ ବିନା ଭାଇଜର ୩ଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି । ଗ୍ରାହକ ନିଜ ପସନ୍ଦ ଅନୁସାରେ ଏହାକୁ କ୍ରୟ କରିପାରିବେ । ହେଲମେଟ୍ ପଛରେ ଲେଦର ଷ୍ଟ୍ରାପ୍ ରହିଛି ଯାହା ଏହାକୁ ଭିଣ୍ଟେଜ୍ ଲୁକ୍ ଦେଉଛି । ଏହାର ଭିତର ପଟ ଅତି ଆରାମଦାୟକ ଏବଂ ଅନେକ ସମୟ ଏହାକୁ ପରିଧାନ କଲେ ମଧ୍ୟ ଅସୁବିଧା ହେବନି ।
ଷ୍ଟିଲବାର୍ଡ ହେଲମେଟ୍ସର ପରିଚାଳନା ନିର୍ଦ୍ଦେଶକ ରାଜୀବ କପୁର କହିଛନ୍ତି କି ଭାରତରେ ପ୍ରତି ଘଣ୍ଟାରେ ୫୩ ସଡକ ଦୁର୍ଘଟଣା ହେଉଛି ଏବଂ ୧୯ ଜଣଙ୍କ ଜୀବନ ଯାଉଛି । ଏଥିରେ ୪୫ ପ୍ରତିଶତ ଦୁର୍ଘଟଣା ଦୁଇଚକିଆ ଯାନରେ ହେଉଛି । ଏଭଳି କ୍ଷେତ୍ରରେ ଚାଳକଙ୍କ ପାଇଁ ସୁରକ୍ଷା ଅତି ଗୁରୁତ୍ବପୂର୍ଣ୍ଣ । ଏହି ଭିଣ୍ଟେଜ୍ ହେଲମେଟ୍ ତାଙ୍କ ଷ୍ଟାଇଲକୁ ବଜାୟ ରଖିବା ସହିତ ସୁରକ୍ଷା ପ୍ରଦାନ କରିବ ବୋଲି କହିଛନ୍ତି ରାଜୀବ ।
Comments are closed.