ଓ୍ବାଟର ହିଟରରେ କାହିଁକି ଜମିଯାଏ ଧଳା ସ୍ତର, ଏହା କମାଇଦିଏ କି ଉତ୍ତାପ ଶକ୍ତି ?
ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ପାଣି ଗରମ କରିବା ରଡ୍ ବା ଓ୍ବାଟର ହିଟରକୁ କିଛିଦିନ ବ୍ୟବହାର କରିବା ପରେ ଏହାର ରଙ୍ଗ ଧଳା ହୋଇଯାଏ। ଏହା ଉପରେ ଧଳା ପାଉଡର ଭଳି ଏକ ସ୍ତର ଜମିଯାଏ। ତେବେ କ’ଣ ଆପଣ ଜାଣନ୍ତି ଯେ, ଏପରି କାହିଁକି ହୋଇଥାଏ? ଆସନ୍ତୁ ଜାଣିବା ଏହାର ଉତ୍ତର ଏବଂ ଏହାଦ୍ଵାରା ଓ୍ବାଟର ହିଟରର ଉତ୍ତାପ ଶକ୍ତି ପ୍ରଭାବିତ ହୁଏ କି ନାହିଁ?
ପାଣିରେ ବିଭିନ୍ନ ପ୍ରକାରର ମିନେରାଲ୍ସ ଥାଏ, ଯେଉଁଥିରେ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସାମିଲ। ଯେତେବେଳେ ଏହା ସାହାଯ୍ୟରେ ପାଣି ଗରମ କରାଯାଏ, ସେତେବେଳେ ରଡ୍ର ପ୍ରବଳ ତାତି କାରଣରୁ ଏହାର ଚାରିପାଖରେ ସେସବୁ ଜମା ହୋଇଯାଏ। ଏଥିସହ ପାଣିରେ ଲବଣର ମାତ୍ରା ଥିବାରୁ ଲବଣ ମଧ୍ୟ ଏହା ଉପରେ ଜମିଯାଏ। ଏହି କାରଣରୁ ଏହା ଧିରେ ଧିରେ ଧଳା ହୋଇଯାଏ।
ଅନେକ ରିପୋର୍ଟ ଅନୁସାରେ, ଏସବୁ ଜମିବା ଦ୍ଵାରା ରଡ୍ର ଉତ୍ତାପ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ। ଏକ ସ୍ତର ଜମି ଯାଇଥିବାରୁ ଏଥିରେ ପାଣି ଧିରେ ଧିରେ ଗରମ ହୋଇଥାଏ। ତେଣୁ ଏହାକୁ ବାରମ୍ବାର ସଫା କରିବା ଉଚିତ ଏବଂ ଇଣ୍ଟରନେଟ୍ରେ ଆପଣଙ୍କୁ ଏହି ଧଳା ସ୍ତର ସଫା କରିବାର ଉପାୟ ମଧ୍ୟ ମିଳିଯିବ।
Comments are closed.