ନୂଆଦିଲ୍ଲୀ : ଓ୍ବାର୍ଡଓ୍ବିଜାର୍ଡ ଇନୋଭେସନ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ଭାରତୀୟ ବଜାରରେ ‘ନେମୋ’ ନାମକ ଏକ ନୂଆ ଇ-ସ୍କୁଟରର ବଜାର ପ୍ରବେଶ କରିଦେଇଛି । ଏହାର ପ୍ରାରମ୍ଭିକ ଦାମ୍ ୯୯,୦୦୦ ଟଙ୍କା(ଏକ୍ସ-ଶୋରୁମ୍) ରଖାଯାଇଛି । କମ୍ପାନୀ ଜୟ ନେମୋର ବୁକିଂ ଆରମ୍ଭ କରିଦେଇଛି । କମ୍ପାନୀ ଦାବି କରିଛି କି ଏହି ସ୍କୁଟର ମାତ୍ର ୧୭ ପଇସା ଖର୍ଚ୍ଚରେ ୧ କିଲୋମିଟର ଯାତ୍ରା କରିବ ।
ଏଥିରେ ୩ ରାଇଡିଂ ମୋଡ୍ ଯଥା ଇକୋ, ସ୍ପୋର୍ଟ ଓ ହାଇପର ମୋଡ୍ ମିଳିବ । ଗାଡି ୧୫୦ କିଲୋଗ୍ରାମ ଓଜନ ବହନ କରି ଯାତ୍ରା କରିପାରିବ । ଏହାର ସର୍ବାଧିକ ସ୍ପିଡ୍ ୬୫ କିଲୋମିଟର ପ୍ରତି ଘଣ୍ଟା ମିଳିବ । ଏହାକୁ ୨ଟି ରଙ୍ଗର ବିକଳ୍ପ ସହିତ ବଜାରକୁ ଆଣିଛି କମ୍ପାନୀ । ଏଥିରେ ଥିବା ଲିଥିୟମ୍-ଆୟନ ବ୍ୟାଟେରୀ ଫୁଲ୍ ଚାର୍ଜରେ ୧୩୦ କିଲୋମିଟର ଯାତ୍ରା କରିବାରେ ସକ୍ଷମ ହେବ । ତେବେ ଏଥିପାଇଁ ଇକୋ ମୋଡରେ ଗାଡି ଚଲାଇବାକୁ ପଡିବ ।
ସ୍କୁଟରରେ ପ୍ରୋଜେକ୍ଟର ହେଡଲ୍ୟାମ୍ପ ଓ ୫ ଇଞ୍ଚର ଫୁଲ କଲର ଟିଏଫଟି ଡିସପ୍ଲେ ମିଳିବ । ରିୟଲ ଟାଇମ୍ ଟ୍ରାକିଂ ଓ କ୍ଲାଉଡ୍ କନେକ୍ଟେଡ୍ ଇନସାଇଟ୍ସ ପାଇଁ ମୋବାଇଲ ଆପ୍ସ ସହିତ ଇଣ୍ଟିଗ୍ରେଟେଡ୍ । ମୋବାଇଲ ଚାର୍ଜ ପାଇଁ ଏଥିରେ ୟୁଏସବି ପୋର୍ଟ ମଧ୍ୟ ମିଳିବ ।



