www.samajalive.in
Saturday, December 13, 2025
14.1 C
Bhubaneswar

ପୁରୁଣା-ନୂଆ ଡିଜାଇନର ମିଶ୍ରଣ, ଆସିଲା ୯୦୦ ସିସିର ଏହି ଦମ୍‌ଦାର୍‌ ବାଇକ୍

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଜାରରେ Triumph ଏହାର ଲୋକପ୍ରିୟ ବାଇକ୍‌ Speed Twin 900କୁ ନୂଆ ଅବତାରରେ ଲଞ୍ଚ୍‌ କରିଛି। ନୂଆ Speed Twin 900ର ପ୍ରାରମ୍ଭିକ ମୂଲ୍ୟ ୮.୮୯ ଲକ୍ଷ ଟଙ୍କା ରହିଛି। ଏହାକୁ ସମ୍ପୂର୍ଣ୍ଣ ନୂଆ ଡିଜାଇନ୍‌ ଓ ଉନ୍ନତ ଚେସିସ୍‌ରେ ପ୍ରସ୍ତୁତ କରାଯାଇଛି।

କମ୍ପାନୀ ଏହି ବାଇକରେ ୯୦୦ ସିସି କ୍ଷମତା ବିଶିଷ୍ଟ ବୋନଭିଲେ ଟ୍ବିନ୍‌ ଇଞ୍ଜିନର ବ୍ୟବହାର କରିଛି, ଯାହା ୬୫ ପିଏସର ଦମ୍‌ଦାର ଶକ୍ତି ଓ ୮୦ ନ୍ୟୁଟନ ମିଟରର ଟର୍କ ଉତ୍ପନ୍ନ କରିଥାଏ।

- Advertisement -

ଏହି ବାଇକରେ ରୋଡ୍ ଓ ରେନ୍ ନାମକ ଦୁଇଟି ରାଇଡିଂ ମୋଡ୍‌ ଦିଆଯାଇଛି। ଭିନ୍ନ ଭିନ୍ନ ରାସ୍ତାର ଅବସ୍ଥା ଅନୁସାରେ ଏହି ରାଇଡିଂ ମୋଡ୍‌ ବ୍ୟବହାର କରାଯାଇପାରିବ।

ଏଥିରେ ନୂଆ ଲିନ୍‌-ସେନ୍ସିଟିଭ୍‌ ଆଣ୍ଟି ଲକ୍‌ ବ୍ରେକିଙ୍ଗ୍‌ ସିଷ୍ଟମ ଏବଂ ଟ୍ରାକ୍ସନ କଂଟ୍ରୋଲ ସିଷ୍ଟମ ଦିଆଯାଇଛି, ଯାହା ବଙ୍କାଣି କିମ୍ବା ମୋଡ଼ ସମୟରେ ଉତ୍ତମ ନିୟନ୍ତ୍ରଣ ଦେଇଥାଏ।

୧୨ ଲିଟରର ତେଲ ଟାଙ୍କି ସହ ଆସିଥିବା ଏହି ବାଇକକୁ ୫-ସ୍ପିଡ୍‌ ଗିୟରବକ୍ସ ସହ ଯୋଡ଼ା ଯାଇଛି।

ଏଥିରେ ନନ୍‌ ଆଡ୍‌ଜଷ୍ଟେବଲ ଅପ୍‌-ସାଇଡ୍‌-ଡାଉନ୍‌(ୟୁଏସଡି) ଫୋର୍କ ଏବଂ ଟ୍ରାୟମ୍ଫ ବ୍ରାଣ୍ଡେଡ୍‌ ରେଡିଏଲ୍‌ କ୍ୟାଲିପର ଦିଆଯାଇଛି। ଏହାର ଆକାରରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଏହାର ସିଟ୍‌ର ଉଚ୍ଚତାକୁ ମଧ୍ୟ ବଢାଯାଇ ୭୮୦ ମିମି କରାଯାଇଛି, ଯାହାକି ପୁରୁଣା ମଡେଲରେ ପ୍ରାୟ ୭୬୫ ମିମି ଥିଲା।

ଫିଚର ଭାବେ ବାଇକରେ ସିଙ୍ଗଲ ପଡ୍ ଡିଜିଟାଲ-ଆନାଲଗ୍ ଡିସ୍‌ପ୍ଲେ ଦିଆଯାଇଛି, ଯାହା ଟିଏଫଟି ସ୍କ୍ରିନ୍ ସହ ଆସିଥାଏ।

ଏଥିରେ ବଡ଼ ୩୨୦ ମିମିର ଆଗ ଡିସ୍କ ବ୍ରେକ୍ ଦିଆଯାଇଛି। କମ୍ପାନୀ ଦାବି କରିଛି ଯେ, ଏହା ସବୁ ପ୍ରକାର ରାସ୍ତା ଅବସ୍ଥାରେ ଉଚିତ ବ୍ରେକିଂ ପ୍ରଦାନ କରିଥାଏ।

Speed Twin 900କୁ କମ୍ପାନୀ ମୋଟ୍ ୩ଟି ରଙ୍ଗରେ ଲଞ୍ଚ୍ କରିଛି। ୨୦୨୫ ମସିହା ଜାନୁଆରୀ ମାସରୁ ଏହାର ଡେଲିଭରୀ ଆରମ୍ଭ ହେବ।

Hot this week

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

Related Articles

Popular Categories