ବଲିଉଡରେ ପାଦ ଥାପିବେ ନିଆ

0

ଟେଲିଭିଜନ ଜଗତରେ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚୟ ପାଇବା ପରେ ନିଆ ଶର୍ମା ଏବେ ଆଉ ପାଦେ ଆଗକୁ ବଢ଼ିଛନ୍ତି। କଠିନ ପରିଶ୍ରମ କରି ଶୀର୍ଷରେ ପହଞ୍ଚିଥିବା ନିଆଙ୍କ ହାତରେ ଏବେ ଦମଦାର୍ ଅଫର୍। ନିର୍ଦେଶକ ବିକ୍ରମ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ଏହି ଅଭିନେତ୍ରୀ। ଅନ୍ୟ କଳାକାରଙ୍କ ନାମ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ନିଆ ଏଥିରେ ଅଭିନୟ କରିବେ ବୋଲି ବିକ୍ରମ ଭଟ୍ଟଙ୍କ ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶିତ। ଭୌତିକ କାଣ୍ଡ ପର୍ୟ୍ୟବସିତ ଏହି ଚଳଚ୍ଚିତ୍ରର କାହାଣୀରେ ନିଆ ହିଁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ବୋଲି ଜଣାପଡ଼ିଛି। ନିଆ ମଧ୍ୟ ଏକ ସାକ୍ଷାତକାରରେ ସବୁଜସଙ୍କେତ ଦେଇସାରିଛନ୍ତି।

୨୦୧୧ରେ ଟେଲିଭିଜନ ଜଗତରେ ‘ଏକ ହଜାରୋଁ ମେ ମେରି ବେହନା ହୈ’ ଧାରାବାହିକ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ। ଅନ୍ୟ ଟେଲିଭିଜନ କଳାକାରଙ୍କ ପରି ନିଆ ମଧ୍ୟ ବଲିଉଡର ସ୍ବପ୍ନ ଦେଖିଥିଲେ। ହେଲେ ସେ ସମୟରେ ତାଙ୍କୁ ସୁଯୋଗ ମିଳିନଥିଲା। ଯଦିଓ ଭଲ ବ୍ୟାନରର ଧାରାବାହିକରେ ତାଙ୍କୁ ସୁଯୋଗ ମିଳିଥିଲା, କିନ୍ତୁ ସିନେଜଗତରେ ପାଦ ଥାପିବା ପାଇଁ ନିଆ ରୀତିମତ ଚେଷ୍ଟା କରି ଶେଷରେ ସଫଳ ହୋଇପାରିଛନ୍ତି।

Leave A Reply