କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ

ସମାଜ ଡିଜିଟାଲ ଡେସ୍କ: କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ। ଛତ୍ରବଜାର ନିକଟ ବିସିନାବାର ଖୋଲା ଡ୍ରେନ ଉପରେ ନିକଟସ୍ଥ ପମ୍ପ ହାଉସକୁ ସଂଯୋଗ କରୁଥିବା ନିର୍ମାଣାଧୀନ ପୋଲଟି ରବିବାର ସକାଳୁ ଭୁଶୁଡି ପଡ଼ିଛି। ଫଳରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଡ୍ରେନରେ ହଠାତ୍ ପାଣିର ସ୍ରୋତ ଅଧିକ ରହିବା ଫଳରେ କଲଭର୍ଟଟି ଭୁଶୁଡି ପଡ଼ିଥିଲା। କିନ୍ତୁ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଓ ପୂର୍ବପରି କାର୍ଯ୍ୟ ଜାରି ରହିଥିବା କହିଛନ୍ତି ସଂସ୍ଥା ସୁପରଭାଇଜର।

Comments are closed.