ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ
ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ରୀତିନୀତି ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଛନ୍ତି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ। ନିଜର ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ଆନ୍ଥୋନୀ ୟାଟିଲଙ୍କୁ ବିବାହ କରିଛନ୍ତି କୀର୍ତ୍ତି। ଗୋଆରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଭୟଙ୍କ ବିବାହ ସମୟର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ବିବାହ ସମୟରେ ଉଭୟଙ୍କୁ ଧଳା ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଆନ୍ଥୋନୀ ଧଳା ସୁଟ୍ ଏବଂ କୀର୍ତ୍ତି ଧଳା ଗାଉନ ପିନ୍ଧିଥିଲେ। ଉଭୟେ ନିଜର ବନ୍ଧୁ ଏବଂ ପରିବାରବର୍ଗଙ୍କ ଉପସ୍ଥିତିରେ ଭିନ୍ନ ରୀତିନୀତିରେ ବିବାହ କରିବାକୁ ପୂର୍ବରୁ ସ୍ଥିରୀକୃତ କରିଥିଲେ।
କୀର୍ତ୍ତି ଏବଂ ଆନ୍ଥୋନୀ ଦୀର୍ଘ ୧୫ ବର୍ଷ ଧରି ପରସ୍ପରଙ୍କୁ ଭଲ ପାଉଥିଲେ। ଉଭୟେ ନିଜ ନିଜ କ୍ୟାରିୟରରେ ଅନେକ ସଫଳତା ଏବଂ ବିଫଳତାର ସ୍ଵାଦ ଚାଖିଥିଲେ ସୁଦ୍ଧା ପରସ୍ପରର ହାତ ଛାଡ଼ି ନ ଥିଲେ। ଅସମୟରେ ଉଭୟ ଉଭୟଙ୍କ ସାଥୀରେ ଛିଡ଼ା ହୋଇଥିଲେ, ଯେଉଁଥିପାଇଁ ୧୫ ବର୍ଷ ଧରି ସେମାନେ ଏକାଠି ରହିପାରିଛନ୍ତି ବୋଲି କହିଛନ୍ତି।
Comments are closed.