www.samajalive.in
Wednesday, December 10, 2025
16.1 C
Bhubaneswar

ହେଡ୍‌ ଓ ସ୍ମିଥଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆ ୪୦୫/୭

ସମାଜ ଡିଜିଟାଲ ଡେସ୍କ: ବ୍ରିସବେନରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନ ସୁଦ୍ଧା ଷ୍ଟିଭ ସ୍ମିଥ ଏବଂ ଟ୍ରାଭିସ ହେଡଙ୍କ ବିସ୍ଫୋରକ ଶତକ ବଳରେ ଦଳ ୭ ଉଇକେଟ ହରାଇ ସଂଗ୍ରହ କରିଛି ୪୦୫ ରନ୍‌। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ଦମଦାର ବୋଲିଂ ସତ୍ବେ ଟିମ ଇଣ୍ଡିଆ ଘରୋଇ ଦଳକୁ ଅଟକାଇବାରେ ବିଫଳ ହୋଇଛି।

ଟସ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରି ୭୫ ରନ୍‌ ମଧ୍ୟରେ ଅଷ୍ଟ୍ରେଲିଆର ଟପ୍‌ ୩ ଜଣ ଖେଳାଳିଙ୍କୁ ଆଉଟ୍‌ କରିବାରେ ସକ୍ଷମ ହୋଇଥିଲେ। ହେଲେ ସ୍ମିଥ ଏବଂ ହେଡ୍‌ଙ୍କ ଯୋଡ଼ି ଭାଙ୍ଗିବାରେ ଭାରତୀୟ ବୋଲର ବିଫଳ ହୋଇଥିଲେ। ଉଭୟେ ୪ର୍ଥ ଉଇକେଟରେ ୨୪୧ ରନର ଭାଗିଦାରି କରି ଦଳର ସ୍ଥିତିକୁ ଦୃଢ଼ କରିଥିଲେ। ସ୍ମିଥ ୧୦୧ ରନ ଏବଂ ହେଡ ୧୫୨ ରନ୍ କରି ଆଉଟ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ କ୍ୟାରି ୪୫ ରନ କରିଥିଲେ। ଭାରତ ପକ୍ଷରୁ ବୁମରା ସର୍ବାଧିକ ୫ ଉଇକେଟ ଅକ୍ତିଆର କରିଥିବାବେଳେ ମହମ୍ମଦ ସିରାଜ ଏବଂ ନିତିଶ କୁମାର ରେଡ୍ଡୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Hot this week

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

Related Articles

Popular Categories