www.samajalive.in
Monday, December 15, 2025
26.1 C
Bhubaneswar

ଶପଥ ନେଲେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୩୯ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରିମଣ୍ଡଳ ରବିବାର ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩୯ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ। ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ସମ୍ପନ୍ନ ହୋଇଛି। ବିଧାନସଭା ଆରମ୍ଭ ହେବା ପରେ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି। ବିଜେପିରୁ ସର୍ବାଧିକ ୧୯ ମନ୍ତ୍ରୀ ଶପଥ ନେଇଥିବାବେଳେ ଶିବସେନାରୁ ୧୧ ଏବଂ ଏନସିପିରୁ ୯ ମନ୍ତ୍ରୀ ଶପଥ ନେଇଛନ୍ତି।

ଶପଥ ଗ୍ରହଣ ଉତ୍ସବରେ ବିଜେପିର ରାଜ୍ୟ ସଭାପତି ଚନ୍ଦ୍ରଶେଖର ବଓ୍ବାନକୁଲେ ପ୍ରଥମେ ଶପଥ ଗ୍ରହଣ କରିଥିଲେ। ତାଙ୍କ ପରେ ରାଧାକ୍ରିଷ୍ଣା ବିଖେ ପାଟିଲ ଶପଥ ନେଇଥିଲେ। ସେହପରି ଚନ୍ଦ୍ରକାନ୍ତ ପାଟିଲ, ପଙ୍କଜ ମୁଣ୍ଡେ, ନିତେଶ ରାଣେ, ଗିରୀଶ ମହାଜନ, ଗଣେଶ ନାଏକ, ମଙ୍ଗଲ ପ୍ରଭାତ ଲୋଧା, ଜୟକୁମାର ରାଓ୍ବଲ, ଅତୁଲ ସାଭେ, ଅଶୋକ ଉଇକେ, ଆଶିଷ ଶେଲାର, ଶିବେନ୍ଦ୍ରରାଜେ ଭୋସଲେ, ଜୟକୁମାର ଗୋରେ, ସଞ୍ଜୟ ସାଭକରେ, ଆକାଶ ଫୁଣ୍ଡକାର ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories