୭ ଲୁଟେରା ଗିରଫ, ଶ୍ରୀମନ୍ଦିରରେ ଭକ୍ତଙ୍କୁ କରୁଥିଲେ ଟାର୍ଗେଟ
ପୁରୀ: ପୁରୀ ଶ୍ରୀମନ୍ଦିରରୁ ୭ଜଣ ଆନ୍ତଃରାଜ୍ୟ ଲୁଟେରା ଗିରଫ ହୋଇଛନ୍ତି। ନାଟମଣ୍ଡପ ସିସିଟିଭି ଯାଞ୍ଚ ପରେ ୪ ମହିଳା ଓ ୩ ପୁରୁଷ ଗିରଫକୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୨ ଗ୍ରାମର ସୁନା ଚେନ, କାର, ୪ ମୋବାଇଲ ଏବଂ ୪ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ହୁଗୁଳିର ହୋଇଥିବାବେଳେ ସେମାନେ ବଳିଆପଣ୍ଡାରେ ରହୁଥିଲେ ଏବଂ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଟାର୍ଗେଟ କରୁଥିଲେ ବୋଲି ପୁଲିସ ସୂଚନା ଦେଇଛି।
Comments are closed.