www.samajalive.in
Monday, December 15, 2025
14.1 C
Bhubaneswar

୩୬ ଘଣ୍ଟାରେ ୩ ପାକିସ୍ତାନୀ କ୍ରିକେଟରଙ୍କ ସନ୍ନ୍ୟାସ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ କ୍ରିକେଟରେ ବର୍ତ୍ତମାନ ସମୟରେ ଅଜବ ଘଟଣାମାନ ସାମ୍ନାକୁ ଆସୁଛି। ବିଗତ ୩୬ ଘଣ୍ଟା ମଧ୍ୟରେ ୩ ଜଣ କ୍ରିକେଟର ଅବସର ଘୋଷଣା କରିବା ପରେ ଦଳ ଭିତରେ କିଛି ସମସ୍ୟା ରହିଥିବା ଚର୍ଚ୍ଚା ହେଉଛି। ନିକଟରେ ପାକ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବାବେଳେ ଟି-୨୦ ସିରିଜରେ ପରାସ୍ତ ହୋଇଛି। ଏହା ଭିତରେ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜେସନ ଗିଲେସ୍ପି ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ଦଳର ଦ୍ରୁତ ବୋଲର ତଥା ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଡେଙ୍ଗା କ୍ରିକେଟର ଭାବେ ପରିଚିତ ୭.୧ ଫୁଟ ଉଚ୍ଚ ମହମ୍ମଦ ଇରଫାନ ଅବସର ଘୋଷଣା କରିଛନ୍ତି। ସେ ଦଳ ପାଇଁ ୪ଟି ଟେଷ୍ଟ, ୬୦ଟି ଦିନିକିଆ ଏବଂ ୨୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୧୦ଟି, ଦିନିକିଆରେ ୮୩ ଏବଂ ଟି-୨୦ରେ ୧୬ଟି ଉଇକେଟ ନେଇଛନ୍ତି। ଇରଫାନଙ୍କ ପୂର୍ବରୁ ମହମ୍ମଦ ଆମିର ଏବଂ ଇମାଦ ଓ୍ବସୀମ ବି ଅବସର ଘୋଷଣା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories