www.samajalive.in
Sunday, December 14, 2025
23.1 C
Bhubaneswar

୨୦ରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦୁର୍ଗା ମନ୍ଦିର ପାଖରେ ଥିବା ଇନଡୋର ଷ୍ଟାଡିୟମରେ ଆସନ୍ତା ୨୦ ତାରିଖରୁ ଟୁନୁ ପଣ୍ଡା ମେମୋରିଆଲ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏ ନେଇ ଅତାବିରା ଆଥଲେଟିକ ଆସୋସିଏସନ ପକ୍ଷରୁ ରବିବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ସଭାପତିତ୍ୱ ଓ ସମ୍ପାଦକ ଜିତେନ୍ଦ୍ର ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ଆସନ୍ତା ୨୦ ତାରିଖରୁ ୩ ଦିନ ଧରି ଟୁର୍ଣ୍ଣାମେଣ୍ଟ କରିବା ପାଇଁ ସ୍ଥିର ହୋଇଛି। ସନ୍ଦୀପ ଅଗ୍ରୱାଲ, ନବୀନ ଦାଶ, ଫାରୁଖ ଖାନ, ରୋଶନ ସାମଲ, ଦେବେନ୍ଦ୍ର ସ୍ୱାଇଁ, ମନୋଜ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ମୁଖ୍ୟ ପରିଚାଳକ ପାର୍ଥ ସାରଥୀ ପଣ୍ଡା ଧନ୍ୟବାଦ ଦେଇଥିଲେ। ଏଥିରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖେଳାଳି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories