www.samajalive.in
Wednesday, December 10, 2025
23.1 C
Bhubaneswar

ପତ୍ନୀ ନିର୍ଯାତନାରେ ଅତିଷ୍ଠ ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ପତ୍ନୀ ଓ ଶ୍ବଶୁରଘର ଲୋକଙ୍କ ନିର୍ଯାତନା ସହି ନ ପାରି ବେଙ୍ଗାଲୁରୁର ଆଇଟି ଇଞ୍ଜିନିୟର ଅତୁଲ ସୁବାସ ଆତ୍ମହତ୍ୟା କରିଥିବା ଅଭିଯୋଗ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସେହି ସହରରେ ସମାନ ପ୍ରକାର ଆଉ ଏକ ଘଟଣା ଘଟିଛି।
ବେଙ୍ଗାଲୁରୁ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ ୩୪ବର୍ଷୀୟ ଏଚ୍‌ସି ଥିପନ୍ନା ଶୁକ୍ରବାର ରାତିରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଥିପନ୍ନା ଲେଖିଥିବା ଏକ ପତ୍ରକୁ ଉଦ୍ଧାର କରିଛନ୍ତି। ପତ୍ନୀ ଓ ଶଶୁରଙ୍କ ନିର୍ଯାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଥିପନ୍ନା ପତ୍ରରେ ଦର୍ଶାଇଛନ୍ତି। ପତ୍ନୀ ଓ ଶଶୁର ତାଙ୍କ ଜୀବନକୁ ନର୍କ ବନାଇ ଦେଇଥିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିବାରୁ ଏଥିରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ଥିପନ୍ନା ପତ୍ରରେ ଲେଖିଛନ୍ତି। ପୁଲିସ ଏ ନେଇ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories