www.samajalive.in
Tuesday, December 9, 2025
23.1 C
Bhubaneswar

ସିଆଇଏଲ୍ କର୍ମଚାରୀଙ୍କୁ ୬୮,୫୦୦ ଓ ସେଲ୍ କର୍ମଚାରୀଙ୍କୁ ୧୬,୫୦୦ ଟଙ୍କା ବୋନସ

କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ଦୁଇ କମ୍ପାନୀ ନିଜ କର୍ମଚାରୀଙ୍କ ନିମନ୍ତେ ବୋନସ ଘୋଷଣା କରିଛନ୍ତି । କୋଲ ଇଣ୍ଡିଆ ୨୦୧୯-୨୦ ବର୍ଷ ପାଇଁ କର୍ମଚାରୀଙ୍କ ଦକ୍ଷତା ଆଧାର ପୁରସ୍କାର (ପିଆରଏଲ୍) ବାବଦରେ ୬୮,୫୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛି । ଅନୁରୂପ ଭାବରେ ସେଲ୍ କର୍ମଚାରୀଙ୍କୁ ଚଳିତ ବର୍ଷ ଏକ୍ସ-ଗ୍ରାସିଆ ବାବଦରେ ୧୬,୫୦୦ ଟଙ୍କା ବୋନସ ପ୍ରଦାନ କରିବାକୁ ଆଜି ଚୂଡ଼ାନ୍ତ ହୋଇଛି । କୋଲ ଇଣ୍ଡିଆ ଗତବର୍ଷ ତୁଳନାରେ ୫.୮୭% ଅଧିକ ରାଶି ପିଆରଏଲ୍ ବାବଦରେ ପ୍ରଦାନ କରିଥିବାବେଳେ ସେଲ୍ ଗତବର୍ଷ ତୁଳନାରେ କର୍ମଚାରୀଙ୍କୁ ୧୦୦୦ ଟଙ୍କା ଅଧିକ ଏକ୍ସଗ୍ରାସିଆ ପ୍ରଦାନ କରିବ । ସେହିପରି କୋଲ ଇଣ୍ଡିଆ ଅକ୍ଟୋବର ୨୫ ତାରିଖ ପୂର୍ବରୁ ଓ ସେଲ୍ ଅକ୍ଟୋବର ୨୧ ତାରିଖ ପୂର୍ବରୁ ଏହି ରାଶି ପ୍ରଦାନ କରିବ ବୋଲି ସୂଚନା ମିଳିଛି ।

କୋଲ ଇଣ୍ଡିଆ ସୂତ୍ରରୁ ମିଳିଥିବା ସୂଚନ ଅନୁସାରେ ପିଆରଏଲ୍ ଦ୍ବାରା ପ୍ରାୟ ୨.୬୨ ଲକ୍ଷ କର୍ମଚାରୀ ଉପକୃତ ହେବେ । ଏହାର ଲାଭ କେବଳ ଅଣ-କାର୍ଯ୍ୟନିର୍ବାହୀ କର୍ମଚାରୀମାନେ ପାଇବେ । ଗୁରୁବାର ରାଞ୍ଚିରେ କୋଲ  ଇଣ୍ଡିଆର ମିଳିତ ଦ୍ୱିପାକ୍ଷିକ କମିଟି  (JBCCI-X) ଦ୍ବାରା ଏହି  ନିଷ୍ପତ୍ତି ନିଆଯାଇଛି। କୋଲ ଇଣ୍ଡିଆ ମ୍ୟାନେଜମେଣ୍ଟ ଏବଂ ସେଣ୍ଟ୍ରାଲ ଟ୍ରେଡ ୟୁନିଅନର ପ୍ରତିନିଧିମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

- Advertisement -

ଅନ୍ୟପକ୍ଷରେ ଆଜି ସେଲ୍ ପରିଚାଳନା କମିଟି ଓ ଶ୍ରମିକ ସଂଘଗୁଡ଼ିକ ମଧ୍ୟରେ ଆଲୋଚନା ପରେ ସେଲ କର୍ମଚାରୀଙ୍କ ନିମନ୍ତେ ଚଳିତ ବର୍ଷ ଏକ୍ସଗ୍ରାସିଆ ଘୋଷଣା ହୋଇଛି । ସେଲ୍ ଅଧୀନସ୍ଥ ଇସ୍ପାତ ଶିଳ୍ପ ବିଏସପି, ଡ଼ିଏସପି, ଆରଏସପି, ବିଏସଏଲ୍ ଓ କଞ୍ଚାମାଲ ଡ଼ିଭିଜନର କର୍ମଚାରୀମାନେ ୧୬୫୦୦ ଟଙ୍କା ପାଇବେ । ସେହିପରି ଲିଆସନ ଅଫିସ, ୟୁନିଟ୍ ଅଫିସ, କେନ୍ଦ୍ରୀୟ ୟୁନିଟ, ଏସଆରୟୁ, ସିଓ, ସିଏମଓଙ୍କ ସହ ବିଭିନ୍ନ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ତାଲିମ ନେଉଥିବା ଶିକ୍ଷାନବୀଶମାନଙ୍କୁ ୧୪୫୦୦ ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories