ତରଡିଙ୍ଗରେ ରକ୍ତଦାନ ଶିବିର, ୧୦୨ୟୁନିଟ ରକ୍ତ ସଂଗୃହିତ

ଆଠଗଡ: ଆଠଗଡ ବ୍ଲକର ତରଡିଙ୍ଗ ପଞ୍ଚାୟତରେ ଓଡିଶା ମୋ ପରିବାର, ଜୀବନବିନ୍ଦୁ ଓ ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ପୋରୋହିତ୍ୟରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ରାଜ୍ୟରେ ରକ୍ତର ଅଭାବ ପୂରଣ ଦିଗରେ ଆଠଗଡ ନିର୍ବାଚନ ମଣ୍ଡଳୀର ଅବଦାନ ଅନସ୍ୱୀକାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ରାଜ୍ୟର ସର୍ବାଧିକ ରକ୍ତର ଆବଶ୍ୟକତା ଥିବା କଟକର ୨ଟି ରକ୍ତଭଣ୍ଡାରର ଯେତିକି ରକ୍ତ ଆବଶ୍ୟକ ପଡୁଛି ସେଥିରୁ ପ୍ରାୟ ଅଧା ରକ୍ତ ଆଠଗଡ ଅଞ୍ଚଳରୁ ଏବଂ ଜୀବନବିନ୍ଦୁ ମାଧ୍ୟମରେ ସଂଗୃହିତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିବା ସହ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ।

prayash

ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ବେହେରା ଓ ବ୍ଲକ ଉପାଧ୍ୟକ୍ଷ ସୁବାସ ମଲ୍ଲିକ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ବୃକ୍ଷଚାରା ରୋପଣ କରିଥିଲେ। ଏସସିବି ମେଡିକାଲର ରକ୍ତ ଭଣ୍ଡାର ଡାକ୍ତରୀଦଳ ଏହି ଶିବିରରୁ ୧୦୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଜୀବନ ବିନ୍ଦୁ ଆବାହକ ପ୍ରଦୀପ୍ତ ଦାସ, ସଂଯୋଜକ ରାକେଶ ଦାଶ, ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ, ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି, ନଗର ଛାତ୍ର ବିଜେଡି ସଭାପତି ମହମ୍ମଦ ଖାଲିଦ, ଶ୍ୟାମ ପ୍ରସାଦ ପଣ୍ଡା, ତରଡିଙ୍ଗ ବିଜେଡି ସଭାପତି ବଂଶୀଧର ମହାନ୍ତି  ପ୍ରମୁଖଙ୍କ ସମେତ ତରଡିଙ୍ଗ ଅଞ୍ଚଳର ବହୁ ଦଳୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.