କୃଷ୍ଣସାର ମୃଗ ଶିକାର ମାମଲା: ସୋନାଲି, ସୈଫ୍‍, ତବୁଙ୍କ ଦୋଷମୁକ୍ତି ବିରୋଧରେ ଆବେଦନ ହେବ

0

ଯୋଧପୁର : ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‍ କଳାକାର ସୈଫ୍‍ ଅଲ୍ଲୀ ଖାନ୍‍, ସୋନାଲି ବେନ୍ଦ୍ରେ, ତବୁ, ନୀଲମ୍‍ ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରାଯିବା ନିଷ୍ପତ୍ତି ବିରୋଧରେ ରାଜସ୍ଥାନ ହାଇକୋର୍ଟରେ ଆବେଦନ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆବେଦନ କରାଯିବ ବୋଲି ଶନିବାର ଘୋଷଣା କରାଯାଇଛି। ୧୯୯୮ରେ ଚଳଚ୍ଚିତ୍ର ‘ହମ ସାଥ ସାଥ ହୈ’ର ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର ସମ୍ବନ୍ଧୀୟ ମାମଲାରେ ରାଜସ୍ଥାନର ଏକ କୋର୍ଟ ୫ ମାସ ପୂର୍ବେ ଅଭିନେତା ସଲମାନ ଖାନ୍‍ଙ୍କୁ ଦୋଷୀ ଘୋଷଣା କରିଥିଲେ। ଏଥିସହ ଅନ୍ୟମାନଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ। ଇତିମଧ୍ୟରେ ସଲମାନଙ୍କୁ ଜାମିନ ମିଳିଛି; କିନ୍ତୁ ପ୍ରତ୍ୟେକଥର ବିଦେଶ ଯାତ୍ରା ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply