bjd gruha runa

ଦେଖନ୍ତୁ ଭିଡିଓ, ଆଶ୍ଚର୍ଯ୍ୟଜନକ: ମହିଳାଙ୍କ ଗୋଡରେ ଗୁଡାଇ ହୋଇଗଲା କଳା ନାଗ- ୨ ଘଣ୍ଟା ଧରି ଶିବଙ୍କ ମନ୍ତ୍ର ଜପିଲେ

BJD Bijuli 480×75 Mob

ଲକ୍ଷ୍ମୌ- ଉତ୍ତରପ୍ରଦଶର ମହୋବା ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଘର ସାମ୍ନାରେ ଦଉଡିଆ ଖଟ ପକାଇ ଶୋଇଥିଲେ ଜଣେ ମହିଳା । ଏତିକି ବେଳେ କଳାରଙ୍ଗର ଏକ ବିଷଧର ସାପ ତାଙ୍କ ପାଦରେ ଗୁଡାଇ ହୋଇଯାଇଥିଲା । ମହିଳା ଜଣଙ୍କ ଉଠିପଡି ସାପକୁ ଦେଖି ବିଚଳିତ ନ ହୋଇ ଧିରସ୍ଥିର ଭାବେ ଶିବଙ୍କ ମନ୍ତ୍ର ଜପ କରିଥିଲେ । ପ୍ରାୟ ୨ ଘଣ୍ଟା କାଳ ସେ ମନ୍ତ୍ର ଜପ କରିଥିଲେ ।


ପରିବାର ଲୋକ ମହିଳାଙ୍କ ନିକଟକୁ ଭୟରେ ଆସି ନଥିଲେ । ପରେ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ ସାପଧରାଳୀଙ୍କୁ ଡାକିଥିଲେ । ସାପଧରାଳୀ ସେଠାରେ ପହଞ୍ଚିବା ପର୍ଯ୍ୟନ୍ତ ମହିଳା ଦୁଇ ଘଣ୍ଟା ଧରି ଶିବଙ୍କ ମନ୍ତ୍ର ଜପ କରୁଥିଲେ ।

ସାପଟି ଫଣାଟେକି ସେମିତି ମହିଳାଙ୍କ ଗୋଡରେ ଗୁଡାଇ ହୋଇ ରହିଥିଲା । ପରେ ସାପଧରାଳୀ କଳା ନାଗ ସାପକୁ ସୁରକ୍ଷିତ ଭାବେ ଧରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସାପ ମହିଳାଙ୍କର କୌଣସି କ୍ଷତି କରି ନଥିଲା ।

ଏହାର ଭିଡିଓ ଏବେ ବିଭିନ୍ନ ସମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି । ସମସ୍ତେ ଶିବଭକ୍ତ ମହିଳାଙ୍କ ଧର୍ଯ୍ୟପାଇଁ ବେଶ୍‌ ପ୍ରଶଂସା କରୁଛନ୍ତି ।

Comments are closed.