ଭୋଟରଙ୍କ ମନରେ ରାଜ୍ୟର ଶାସକ ବିଜେଡି ଦଳକୁ ନେଇ ଅସନ୍ତୋଷ ଥିବାବେଳେ ବିଜେପି ପ୍ରତି ସମର୍ଥନ ରହିଛି

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ସଭାପତିଙ୍କ ପଶ୍ଚିମାଞ୍ଚଳ ଗସ୍ତର ତୃତୀୟ ଦିନ

ଭୁବନେଶ୍ୱର:ଆଦିବାସୀଙ୍କ କଲ୍ୟାଣ ଏବଂ ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ବିଜେପି ଶାସନ ଅମଳରେ ପ୍ରଥମ ଥର ପାଇଁ କେନ୍ଦ୍ରରେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଗଠନ କରାଯାଇ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବହୁ ଉନ୍ନତିମୁଳକ ଯୋଜାନାକୁ ଆରମ୍ଭ କରାଗଲା। ବିଶେଷ ଭାବେ କେନ୍ଦ୍ରରେ ମୋଦି ସରକାରଙ୍କ ତରଫରୁ ବିଭିନ୍ନ ରାଜ୍ୟକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଜରିଆରେ ବ୍ୟାପକ ମାତ୍ରାରେ ଆର୍ଥିକ ଅନୁଦାନ ଦିଆଗଲା। ଆଦିବାସୀବହୁଳ ଓଡିଶାକୁ ମଧ୍ୟ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ଦିଆଗଲା। ଦୁର୍ଭାଗ୍ୟବଶତଃ ଓଡିଶାକୁ ଆସିଥିବା ଏହି ଟଙ୍କାକୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତା ହରିଲୁଟ କରି ଆଦିବାସୀଙ୍କୁ ତାଙ୍କ ହକ୍ ଏବଂ ବିକାଶରୁ ବଞ୍ଚିତ କରାଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଶାସକ ବିଜେଡି କେବେହେଲେ ଆନ୍ତରିକତା ପ୍ରଦର୍ଶନ କରିନାହିଁ କି ଚିନ୍ତା ମଧ୍ୟ କରିନାହିଁ। ସୁନ୍ଦରଗଡ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲା ଏବଂ ଏଠାରେ ଉପଯୁକ୍ତ ଭିତିଭୂମି ଥାଇ ମଧ୍ୟ କୈାଣସି ଆଶାନୁରୂପ ବିକାଶ ହୋଇପାରୁ ନାହିଁ। ଜିଲ୍ଲାର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କ୍ଷେତ୍ରକୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲେ ମଧ୍ୟ ଦୀର୍ଘ ୨୨ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଶାସନ କରୁଥିବା ବିଜେଡି ତାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଜିଲାର ସର୍ବାଙ୍ଗୀନ ବିକାଶରେ ବାଧକ ସାଜିଛି। ଏକ ନମ୍ବର ମୁଖ୍ୟମନ୍ତ୍ରୀ କହି ବିକାଶର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ଗ୍ରାମାଂଚଳରେ ଆଜି କେଉଁ ପ୍ରକାରର ବିକାଶ ହୋଇଛି ଥରେ ନିଜେ ଯାଇ ଦେଖନ୍ତୁ ବୋଲି ପଂଚାୟତ ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ପଶ୍ଚିମାଞ୍ଚଳ ଗସ୍ତରେ ଥିବା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

prayash

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ସ୍ଥାନୀୟ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ବରିଷ୍ଠ ବିଜେପି ନେତା ରଞ୍ଜନ ପଟେଲଙ୍କ ଗହଣରେ ସୁନ୍ଦରଗଡ ଜିଲା ତଲସରା ନିର୍ବାଚନ ମଣ୍ଡଳୀର ବଡଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ବସନ୍ତ କୁମାର ଡନସେନା, ଲକ୍ଷ୍ମୀ ନାୟକ; ବାଲିଶଙ୍କରା ଅଞ୍ଚଳରେ ଦାଳୀୟ ପ୍ରାର୍ଥିନୀ ଯସନ୍ତି ଏକ୍କା ଓ ଦିଲେଶ୍ୱର ନାୟକ ଏବଂ ସବଡେଗା ଅଂଚଳର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ଫିଲିସିତା ଲାକ୍ରା; ସଦର ନିର୍ବାଚନମଣ୍ଡଳୀର ଟାଙ୍ଗରପାଲି ଅଞ୍ଚଳରେ ଦଳୀୟ ପ୍ରାର୍ଥିନୀ ସରସ୍ୱତୀ ଓରାମଙ୍କ ସପକ୍ଷରେ ସାଧାରଣ ସଭା, ରୋଡ ସୋ, ପଥପ୍ରାନ୍ତ ସଭା ଓ ଘରକୁ ଘର ବୁଲି ପ୍ରଚାର କରିଥିଲେ। ସାଧାରଣ ଭୋଟରଙ୍କ ମନରେ ରାଜ୍ୟର ଶାସକ ବିଜେଡି ଦଳକୁ ନେଇ ବିରାଟ ଅସନ୍ତୋଷ ଥିବାବେଳେ ବିଜେପି ପ୍ରତି ପୂର୍ଣ୍ଣ ସମର୍ଥନ ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ। ରାଜ୍ୟରେ ପ୍ରତିଦିନ ହାରାହାରି ୪ ଧର୍ଷଣ ଓ ୬ ଅପହରଣ ହେଉଛି। ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଅଛନ୍ତି। ଶାସକ ବିଜେଡିର ବହୁ ମନ୍ତ୍ରୀ ଓ ନେତାଗଣଙ୍କ ଅପରାଧୀକ ମାମଲାରେ ସଂପୃକ୍ତି ଆଜି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିଛି। ସରକାରୀ କଳ, ବଳ ଏବଂ ଅପର୍ଯ୍ୟାପ୍ତ ଅର୍ଥ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରୀ ରଖିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ଓ ଗରୀବକଲ୍ୟାଣ ଯୋଜନାର ଲାଭରୁ ବଂଚିତ ହୋଇଥିବା ରାଜ୍ୟବାସୀ ବିଜେଡିର ଡ୍ରାମାବାଜିକୁ ଭଲ ଭାବେ ବୁଝିସାରିଲେଣି ଏବଂ ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ୍ ଜବାବ୍ ନିଶ୍ଚିତ ଦେବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରୀବ ବାସହୀନଙ୍କ ପାଇଁ ବାସଗୃହ ବଣ୍ଟନ, ଧାନ କିଣାରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନମଣ୍ଡି ବ୍ୟବସ୍ଥା, ଅସାଧୁ ମିଲର୍ସଙ୍କ ହାତରେ ଚାଷୀକୁଳର ଭାଗ୍ୟ ବନ୍ଧା ରଖିବା, ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟାପକ ମାତ୍ରାରେ ଆସିଥିବା କେନ୍ଦ୍ରୀୟ ଅର୍ଥିକ ଅନୁଦାନର ବାଟମାରଣା ଆଦି ପ୍ରସଙ୍ଗରେ ଶାସକ ବିଜେଡିର ଅସଲ ମୁଖା ଖୋଲିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶାସକ ବିଜେଡି ଶାସନ କ୍ଷମତା ବଳରେ ପୋଲିସ ଏବଂ ପ୍ରଶାସନର ଅପବ୍ୟବହାର କରି ବିରୋଧୀ ଦଳର କାର୍ଯ୍ୟକର୍ତାଙ୍କୁ ଭୟଭୀତ କରି ଦମନ କରିବାର ପ୍ରୟାସ ସଂପୂର୍ଣ୍ଣ ଭାବେ ଅଗଣତାନ୍ତୀକ। ଚାଷୀଙ୍କୁ ନ୍ୟାର୍ଯ୍ୟ ହକ୍ ପ୍ରଦାନ ଦାବୀରେ ବିଜେପି ଆନ୍ଦୋଳନ କରୁଥିବାବେଳେ ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ସମ୍ବଲପୁର ଟାଉନ ଥାନାରେ ପ୍ରମୁଖ ବିରୋଧୀ ଦଳର ରାଜ୍ୟ ସଭାପତି, ବିରୋଧୀ ଦଳ ନେତା, ସାଂସଦ, ବିଧାୟକଙ୍କ ସମେତ ବିଜେପି ନେତୃବୃନ୍ଦଙ୍କୁ ଗିରଫ କରାଯାଇ ଅଟକ ରଖାଯିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ତଥାପି ଚାଷୀମାରଣ ରାଜ୍ୟ ସରକାର କୈାଣସି ଶିକ୍ଷା ପାଇଲେ ନାହିଁ। ସେହିପରି ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିବା ପରେ ପର୍ଦ୍ଧାଫାଶ କରିଥିବା ଲୋକମାନଙ୍କୁ ହତ୍ୟା ମଧ୍ୟ କରିଲେ। ବର୍ତମାନ ରାଜ୍ୟରେ ଗଣତନ୍ତ୍ର ବିପନ୍ନ ସ୍ଥିତିରେ ଅଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ବିଶ୍ୱ ମହାମାରୀ କରୋନା ସଂକଟ ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ନେତୃତ୍ୱରେ ଭାରତବର୍ଷ ଆଜି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କରୋନା ସଂକଟ ସମୟରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ପ୍ରଦାନ କରିବା, କୋଭିଡ୍ ଟୀକାକରଣରେ ଭାରତ ବର୍ଷକୁ ବିଶ୍ୱର ନେତୃତ୍ୱ ପ୍ରଦାନ କରିବା ଭଳି ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ କାରଣରୁ ଭାରତବର୍ଷ ଆଜି ବିଶ୍ୱର ନେତୃତ୍ୱ ନେବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଗୈାରବର ବିଷୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଉପାଧ୍ୟାୟ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ସଭାପତି ବଟ କିଶୋର ମିଶ୍ର, ଶାନ୍ତି ଶରାଫ, ଯସବନ୍ତ ନାୟକ, ବିକାଶ ନାୟକ, ଡ. ହିମାଂଶୁ ଷଡଙ୍ଗୀ, ସୁଜିତ ପଟେଲ, ପ୍ରଶାନ୍ତ ସେଠୀ, ଲତିକା ପଟ୍ଟନାୟକ, ସଂଯୁକ୍ତା ନାୟକ, ହିମାନି ପଢି, ଗୁଲସନ ବରୁଆ, ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.