www.samajalive.in
Tuesday, December 9, 2025
15.1 C
Bhubaneswar

ବିଜେପିରେ ମିଶିଲେ ଶତାଧିକ କର୍ମୀ ଓ ବୁଦ୍ଧିଜୀବୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏବେ ବହୁ ବୁଦ୍ଧିଜୀବୀ ବିଜେପିରେ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ରବିବାର ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ.ଭିସିଂହଦେଓଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲାର ପ୍ରତିଷ୍ଠିତ ଡାକ୍ତର ଡ. ସୁବାଷ ଚନ୍ଦ୍ର ସାହୁ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ. ଜାମୁଲା ଶେଷଗିରି ରାଓ, ସମାଜସେବୀ ପୂଣ୍ୟଶ୍ଲୋକା ମହାନ୍ତି, ଶୁଭକାନ୍ତ ନନ୍ଦ ଓ ପ୍ରଫେସର ସନମୟ ରଥ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି।
ସେହିପରି ଭୁବନେଶ୍ୱରର ଅବସରପ୍ରାପ୍ତ ସିବିଆଇର ସ୍ବତନ୍ତ୍ର ବିଚାରପତି ତଥା ଜଣେ ପ୍ରତିଷ୍ଠିତ ପ୍ରାବନ୍ଧିକ ହୃଦୟ ବଲ୍ଲଭ ଦାସ ଓ ତାଙ୍କ ଧର୍ମପତ୍ନୀ ଡ. ପ୍ରଭାତ ନଳିନୀ ମହାନ୍ତି, ଏନଆଇସି ଓଡିଶାର ପୂର୍ବତନ ଉପ ମହାନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟପଟେ ରାୟଗଡା ଗୁଣୁପୁର ନିର୍ବାଚନ ମଣ୍ଡଳୀର ଯୁବ ଆଦିବାସୀ ନେତା ରବି ଗମାଙ୍ଗ ଓ ବିଏସପି ବିଧାୟକ ପ୍ରାର୍ଥୀ ଭଗବାନ ଗମାଙ୍ଗ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ପ୍ରଧାନ ଓ ରାଜ୍ୟ ସଭାପତି ପଣ୍ଡା ସମସ୍ତଙ୍କୁ ଉତ୍ତରୀୟ ଏବଂ ଦଳୀୟ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି। ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି। ଏହି ମିଶ୍ରଣ ଦ୍ୱାରା ଦଳ ଆଗାମୀ ଦିନରେ ମଝବୁତ୍ ହେବ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି। ମିଶ୍ରଣ ପର୍ବରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଓ ଅନୁ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories