www.samajalive.in
Tuesday, December 9, 2025
23.1 C
Bhubaneswar

ରକ୍ତଦାନ କରି ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜନ୍ମଦିନ ପାଳିଲେ ବିଜେଡି କର୍ମୀ

ସମ୍ବଲପୁର : ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡି ପକ୍ଷରୁ ଆଜି ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ କର୍ମୀ ଓ କର୍ମକର୍ତ୍ତାମାନେ ଦୀପ ପ୍ରଜ୍ବଳନ, ରକ୍ତଦାନ, ଫଳ ବଣ୍ଟନ କରି ପାଳନ କରିଛନ୍ତି।ଏହି ଅବସରରେ ଶାନ୍ତି ନଗର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଦଳୀୟ କର୍ମକର୍ତ୍ତାଙ୍କ ଆୟୋଜନରେ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱ।ନରେ ରକ୍ତ ସଂକଟକୁ ଦୂର କରିବାର ଏକ ଛୋଟ ପ୍ରୟାସ ଏବଂ ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହି ଶିବିରରେ ୭୫ ଜଣ କର୍ମୀ ରକ୍ତଦାନ କରିଥିଲେ।ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସହରର ବିଭିନ୍ନ ୱାର୍ଡରୁ ଦଳୀୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଡ଼. ପାଣିଗ୍ରାହୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଥିଲେ। ଏହି ଅବସରରେ ଆଇନଜୀବୀ ପୁଷ୍ପମଞ୍ଜରୀ ବେହେରା, ମାଳତୀ ଗୁପ୍ତାଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେଡିରେ ଯୋଗଦାନ କରିଥିଲେ।ମହାନଗର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ଦାଶ, ଜୀବନବିନ୍ଦୁ-ମୋ ପରିବାର ସଂଯୋଜକ କବିତା ପୁରହିତ, ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବୀ ଆର୍ତ୍ତତ୍ରାଣ ମିଶ୍ର, ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର, ରାଜ୍ୟ ପରିଷଦ ସଭ୍ୟ ତଥା ବିଜୁ ଯୁବ ଜନତାଦଳର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା , ଜିଲ୍ଲା ଆଇଟି କର୍ଡ଼ିଂନେଟର ଦୁଲାଲ ଚନ୍ଦ୍ର ରାୟ,ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା, ବିଜେଡି ମହିଳା ଜିଲ୍ଲା ସଭାପତି ଲଷ୍ମୀ ପ୍ରଧାନ, ସୁରେଖା ସାହୁ, କାନନବାଲା ପଟ୍ଟନାୟକ, ସୈରେନ୍ଦ୍ରୀ ନାୟକ, ଆଇନଜୀବୀ ରବି ପୂଜାରୀ, ରବୀନ୍ଦ୍ର ସିଂ, ସତ୍ୟେନ୍ଦ୍ର ଦାଶ, ମାୟାଧର ଜେନା, ଭାବେଶ ଚାନ୍ଦ, ଆର ଏ ଶିବ କୁମାର, ଦେବାଶିଷ ନନ୍ଦ, ସୁନନ୍ଦା ଚଇନି, ମମତା ପଣ୍ଡା, ଜଗନ୍ନାଥ ଚୌଧୁରୀ, ଶେଷଦେଵ ମହାକୁଡ଼, ବୃନ୍ଦା କଣ୍ଟା, ମାମି ନାଏକ, ଲଷ୍ମୀ ଯୋଶୀ, ନିରୂପମା ସେନ ଗୁପ୍ତା, ଲିଲିମା ମଲ୍ଲିକ, ମୁଂନି ବେଗମ, ହସିନା ବି, ସୁଭାସିନୀ ଓରାମ, ପ୍ରଶାନ୍ତ ନାଏକ, ଫକୀର ପଧାନ, ରେଣୁ ମରେଇ, ପ୍ରମୋଦ ଖଣ୍ଡୁଆଲ , ବିଶ୍ଵାମିତ୍ର ସାହୁ, ଜିତେନ ବିଶି, ବିନୋଦ ନାଗ, ଲାତିକା ସାହୁ, ଅନୁସ୍କି ମରେଇ , ସନ୍ତୋସିନୀ ବୁଡେକ, ପୂର୍ଣ୍ଣିମା ନାଏକ, କୈଳାସ ପରିଡା, ସୁରେନ୍ଦ୍ର ବିଶ୍ୱାଳ, ସୁମନ୍ତ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେହିପରି ବୁର୍ଲା ବିଜୁ ଜନତା ଦଳର କର୍ମୀମାନେ ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ ତମ ଜନ୍ମ ତିଥି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ୭୫ଟି ଦ୍ବୀପ ପ୍ରଜ୍ଵଳନ କରିଥିଲେ ଏବଂ ଦଳ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥି ହୋଇ ଆଗେଇବା ପାଇଁ ଶପଥ ନେଇଥିଲେ। ଏହାପରେ ଦରିଦ୍ର ନାରାୟଣମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପୂର୍ବତନ ଟାଉନ ସଭାପତି ଶ୍ରୀ ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ହୋଇଥିଲା ଏବଂ ଅନ୍ୟାନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଟାଉନ ସଭାନେତ୍ରୀ ଶାନ୍ତିଲତା ସ୍ୱାଇଁ, ପୂର୍ବତନ ଟାଉନ ସଭାପତି ଗୋକୁଳି ରାଉତ, ଆର ଶିବ କୁମାର, ପୂର୍ବତନ କାଉନସିଲର ହୃଷିକେଶ ସ୍ୱାଇଁ, ବରିଷ୍ଠ ନେତା ବାବୁଲୁ ମିଶ୍ର, କୁନି ପରିଡା, ଅଶୋକ ସାମଲ, ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories