bjd gruha runa

ଭାରତୀୟ ଅର୍ଥବ୍ୟବସ୍ଥାରେ ଦ୍ରୁତ ବିକାଶ କରିବାର କ୍ଷମତା ରହିଛି: ବିଲ୍‌ ଗେଟ୍‌ସ

BJD Bijuli 480×75 Mob

ନୂଆଦିଲ୍ଲୀ: ଭାରତ ହେଉଛି ଏପରି ଏକ ଦେଶ, ଯିଏ ନିଜ ଅର୍ଥବ୍ୟବସ୍ଥାରେ ଦ୍ରୁତ ବିକାଶ କରିବାର କ୍ଷମତା ରଖିଛି। ଆଗାମୀ ଏକ ଦଶନ୍ଧି ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ବହୁ ଦ୍ରୁତ ଗତିରେ ବିକାଶ ହେବାର କ୍ଷମତା ରହିଛି ବୋଲି ବିଶ୍ଵର ଏକ ନମ୍ବର ଧନୀ ତଥା ମାଇକ୍ରୋସଫ୍ଟ  କମ୍ପାନୀର ସହପ୍ରତିଷ୍ଠାନ ବିଲ୍‌ ଗେଟ୍‌ସ କହିଛନ୍ତି। ବିଲ୍‌ ଗେଟ୍‌ସ ନିଜ ଫାଉଣ୍ଡେଶନ କାର୍ଯ୍ୟର ସମୀକ୍ଷା କରିବା ଲାଗି ଭାରତ ଗସ୍ତରେ ଆସିଥିବାବେଳେ ଏହା କହିଛନ୍ତି।

ଏକ ସାକ୍ଷାତ୍‌କାରରେ ଗେଟ୍‌ସ କହିଛନ୍ତି, ଆର୍ଥିକ ବିକାଶକୁ ଦ୍ରୁତତର କରି ଭାରତ ସରକାର ଲୋକମାନଙ୍କ ଗରିବୀ ଦୂର କରିପାରିବେ। ଏହା ସହିତ ସରକାର ସ୍ବାସ୍ଥ୍ୟ ଏବଂ ଶିକ୍ଷାରେ ଅଧିକ ନିବେଶ କରିପାରିବେ। ତେବେ ଏସିଆର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଭାରତରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଗେଟ୍‌ସ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି କହିଛନ୍ତି, ଦେଶର ବର୍ତ୍ତମାନ ସମୟର ସ୍ଥିତି ବିଷୟରେ ମୁଁ ଅଧିକ ଅବଗତ ନାହିଁ। କିନ୍ତୁ ମୁଁ ଏହା ନିଶ୍ଚିତ ରୂପେ କହିପାରିବି ଯେ ଆଗାମୀ ଦଶକ ଭାରତର ହେବ ଏବଂ ଏହି ସମୟରେ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ବିକାଶ କରିବ। ଏହାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ଅବସରରେ ଗେଟ୍‌ସ ଭାରତର ‘ଆଧାର’ ପରିଚୟ ପଦ୍ଧତି, ଆର୍ଥିକ ସେବା ଏବଂ ଫାର୍ମା ସେକ୍ଟରର ପ୍ରଶଂସା କରିଛନ୍ତି। ଦେଶରେ ଆଧାର ଏବଂ ୟୁପିଆଇ ଜରିଆରେ ସେବା ପ୍ରଦାନ କରାଯାଉଛି ଏବଂ ଏହାକୁ ବ୍ୟାପକ ଭାବେ ଗ୍ରହଣ କରାଯାଇଛି। ଏହାର ଅନେକ ଆଶ୍ଚର୍ଯ୍ୟଜନକ ପରିଣାମ ଦେଖିବାକୁ ମିଳିଛି ବୋଲି ଗେଟ୍‌ସ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ବିଲ୍‌ ଗେଟ୍‌ସ ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ମାନ୍ୟତା ପାଇଛନ୍ତି। ସେ ଆମାଜନର ଜେଫ୍‌ ବେଜୋସଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୧୦ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୭.୮୯ ଲକ୍ଷ କୋଟି ଟଙ୍କା।

Comments are closed.