www.samajalive.in
Tuesday, December 9, 2025
16.1 C
Bhubaneswar

ବିଜୁ ପକ୍କାଘର ଫଳକ ମରାଯିବା ଘଟଣାକୁ ନେଇ ବଢୁଛି ଅସନ୍ତୋଷ, କର୍ମଚାରୀ ଭୟଭୀତ

ପାଟଣା: ଗତ ୨୦୧୩-୧୪ ଆର୍ଥିକ ବର୍ଷରୁ ଅଦ୍ୟାବଧି ରାଜ୍ୟରେ ବିପିଏଲ୍ ପରିବାରଙ୍କୁ ମିଳିଥିବା ଇନ୍ଦିରା ଆବାସ ହେଉକି ପ୍ରଧାନମନ୍ତ୍ରୀ ଆବାସ ହେଉ ସବୁ ଆବାସରେ ବିଜୁ ପକ୍କାଘର ଯୋଜନାର ନାମ ବଡ ବଡ଼ ଅକ୍ଷରରେ ରହିବ। ଫଳକ ମରାଯିବା ସହ ଗୃହକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଥିବା ଚିଠିଟିଏ ମଧ୍ୟ ଦିଆଯିବ। ଏଥିପାଇଁ ସମୟ ମଧ୍ୟ ଯଥେଷ୍ଟ ନୁହେଁ। ଡିସେମ୍ବର ୩୧ ସୁଦ୍ଧା ଏ କାମ ସାରିବାକୁ ହେବ। ଆବାସ ଯୋଜନାରେ କେନ୍ଦ୍ରର ୭୫ ପ୍ରତିଶତ ଓ ରାଜ୍ୟର ୨୫ ପ୍ରତିଶତ ଅର୍ଥ ବରାଦ ଥିଲେ ମଧ୍ୟ ଧର୍ମକୁ ଆଖିଠାର ଭଳି ଫଳକର ଅଗ୍ରଭାଗରେ ଇନ୍ଦିରା ଆବାସ ଯୋଜନାକୁ ସଂକ୍ଷିପ୍ତକରଣ କରି ଇ.ଆ.ଯୋ ଏବଂ ପ୍ରଧାନମନ୍ତ୍ରୀ ଆବାସକୁ ପ୍ର.ଆ.ଯୋ ବୋଲି ଛୋଟ ଛୋଟ ଅକ୍ଷରରେ ଲେଖା ରହିବ । ଏହି କାମ ପାଇଁ ଏବେ ବ୍ଲକ୍ କାର୍ୟ୍ୟାଳୟ , ପଞ୍ଚାୟତ କାର୍ୟ୍ୟାଳୟ ପୁରା ଖାଲି। ପଞ୍ଚାୟତରୁ କାର୍ୟ୍ୟନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଗାଆଁକୁ ଗାଆଁ ଓ ସାହିକୁ ସାହି ବୁଲି ହିତାଧିକାରୀଙ୍କୁ ଖୋଜିବା ସହ ଆବାସ ଖୋଜି ଫଳକ ମାରୁଛନ୍ତି। ଏମାନଙ୍କୁ ତଦାରଖ କରିବା ପାଇଁ ଜିପିଟିଏ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ନିରୀକ୍ଷକ, ଓଡ଼ିଶା ଜୀବିକା ମିଶନ ବି.ପି.ଏମ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସବୁ ଏବେ ଗାଆଁ ଗାଆଁ ଓ ସାହି ସାହିରେ ବୁଲି ଫଳକ ମାରୁଛନ୍ତି।

ଅବଶ୍ୟ ମାର୍ବଲ ଫଳକ ପରିବର୍ତ୍ତେ ଏବେ ଷ୍ଟିକର ଫଳକ ଲଗା ଯାଉଥିବାରୁ ଏଥିପାଇଁ ବେଶୀ ସମୟ ଲାଗୁନାହିଁ କି ବେଶୀ ପରିଶ୍ରମ କରିବାକୁ ପଡୁନାହିଁ। କିନ୍ତୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଧିକାଂଶ ସ୍ଥାନରେ ଭୟରେ ଏସବୁ କାମ କରିବାକୁ ପଡୁଛି। ଫଳକ ଲଗାକୁ ଅଣବିଜେଡି ସମର୍ଥକ ପରିବାର ବିରୋଧ କରି ପାଟିତୁଣ୍ଡ ମଧ୍ୟ କରୁଛନ୍ତି। ସାହାରପଡ଼ା ବ୍ଲକ୍ ଦୁଆଘାଟ ଗ୍ରାମରେ ଜନୈକ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ବେଳେ ତାଙ୍କ ଘରେ ପ୍ର.ଆ.ଯୋ ବିଜୁ ପକ୍କାଘର ଷ୍ଟିକର ଲଗାଯିବା ଘଟଣାକୁ ନେଇ ବେଶ୍ ହଂଗାମା କରିବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଭଳି ସ୍ଥିତିରେ ସରକାରୀ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ପଞ୍ଚାୟତ ଓ ବ୍ଲକ୍ କର୍ମଚାରୀ ନାଚାର ଥିବା ବେଳେ ବ୍ଲକ୍ ଓ ପଞ୍ଚାୟତ କାର୍ୟ୍ୟାଳୟ ଫାଙ୍କା ପଡୁ ପଛେ ଗାଆଁକୁ ଗାଆଁ ବୁଲି ବିଜୁ ପକ୍କା ଘର ଫଳକ ଲଗାଇବା ଜାରି ରଖିଛନ୍ତି। ହିତାଧିକାରୀଙ୍କ ବିରୋଧ ଭିତରେ ପଞ୍ଚାୟତର ଗ୍ରାମରୋଜଗାର ସେବକ ଓ ପିଇଓ ହିତାଧିକାରୀଙ୍କ ଘରକୁ ଯିବା ପାଇଁ ବାଧ୍ୟ ହେଉଥିବା ବେଳେ ନୋଡାଲ ଅଧିକାରୀ ପରିସ୍ଥିତି ପରଖିବା ପରେ ଘରକୁ ଯାଉଛନ୍ତି । ଗ୍ରାମ ରୋଜଗାର ସେବକଙ୍କଠାରୁ ସହକାରୀ ଯନ୍ତ୍ରୀଙ୍କ ଯାଏଁ ଭୟରେ ଡିସେମ୍ବର ୩୧ ସୁଦ୍ଧା କେମିତି ଫଳକ ଲଗା ସାରିବେ ସେନେଇ ଅଧିକାରୀମାନେ ଚିନ୍ତାରେ ଥିବା ବେଳେ ଏହି ଅବଧିରେ ପଞ୍ଚାୟତ ଓ ବ୍ଲକରେ ଅନ୍ୟାନ୍ୟ ସବୁ କାମ ଠପ୍ ପଡ଼ିଯାଇଥିବା ଦେଖା ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories