www.samajalive.in
Saturday, December 13, 2025
26.1 C
Bhubaneswar

ପକ୍ଷପାତିତା ନା ନିରପେକ୍ଷ – ବିଜୁ ଜୟନ୍ତୀରେ ଗଣମାଧ୍ୟମର ଇଏ କି ଭୂମିକା

ଡେସ୍କ: ସମୟ ସହ ଗଣତନ୍ତ୍ର ଆଭିମୁଖ୍ୟ ପରିବର୍ତ୍ତନ ହୁଏ ଓ ଅନେକ ମହାନ ରାଜନେତା ଓ ଜନନେତା କହିଛନ୍ତି ଯେ ଆଜି ଗୋଟିଏ ଦଳର ସରକାର ଅଛି, କାଲି ଆଉ କେଉଁ ଦଳର ସରକାର ଆସିବ କିନ୍ତୁ ଯେଉଁ ଦଳ ବି ସରକାର ଆସୁ, ସବୁ ସରକାରର ଗୋଟିଏ ଉଦ୍ଦେଶ୍ୟ ହେବା ଉଚିତ, ତାହା ହେଉଛି ଲୋକଙ୍କ ଉନ୍ନତି, ଦେଶ ଓ ରାଜ୍ୟର ମଙ୍ଗଳ କାମନା। କିନ୍ତୁ ଆଜି ବିଜୁ ଜୟନ୍ତୀରେ କିଛି ଗଣମାଧ୍ୟମର ପରିବର୍ତ୍ତିତ ରୂପ ଦେଖିବାକୁ ମିଳିଥିଲା।

ଆମ ରାଜ୍ୟରେ ଅନେକ ସମୟରେ ଗଣମାଧ୍ୟମ ଯୋଗୁ କେବଳ ଯେ ସରକାର ସଚେତନ ହୁଅନ୍ତି କେବଳ ସେତିକି ନୁହେଁ, ବରଂ ସାଧାରଣ ଜନତା ମଧ୍ୟ ପ୍ରତ୍ୟେକଟି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ପାଇଥାନ୍ତି। କିନ୍ତୁ ଆଜି ବିଜୁ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ଥରୀୟ ସମାରୋହ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିନଥିଲେ। ଅନେକ ସମୟରେ ଗଣମାଧ୍ୟମ ସାଧାରଣ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଘଟଣାର ସିଧା ପ୍ରସାରଣ କରୁଥିବା ବେଳେ କେଉଁଥି ପାଇଁ ବିଜୁ ବାବୁଙ୍କ ସମ୍ମାନାର୍ଥେ ଆୟୋଜିତ କାର୍ଯ୍ୟକ୍ରମର ପ୍ରସାରଣ କଲେ ନାହିଁ ତାହା ଯଦିଓ ଜାଣିବା ସମ୍ଭବ ନୁହେଁ କିମ୍ବା ଏହା ସମ୍ପୃକ୍ତ ଗଣମାଧ୍ୟମର ନିଷ୍ପତ୍ତି ହୋଇପାରେ କିନ୍ତୁ ବିଜୁ ବାବୁଙ୍କ ଭଳି ଜଣେ ମହାନ ଜନନାୟକଙ୍କ ଜୟନ୍ତୀକୁ ଏଭଳି ଏଡ଼ାଇଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପି ସରକାର ବିଜୁ ବାବୁଙ୍କ ସମ୍ମାନାର୍ଥେ ରାଜ୍ୟ ସ୍ଥରୀୟ ଜୟନ୍ତୀ ପାଳନ କରି ଓଡିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି, ସେତିକି ବେଳେ କିଛି ଗଣମାଧ୍ୟମର ଏଭଳି ଆଚରଣ ସମସ୍ତଙ୍କ ମନରେ ପ୍ରଶ୍ନଟିଏ ସୃଷ୍ଟି କରିଛି – ଏହା ପକ୍ଷପାତିତା ନା ନିରପେକ୍ଷତା!

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories