www.samajalive.in
Tuesday, December 9, 2025
16.1 C
Bhubaneswar

ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଦେଶକୁ ଅଗ୍ରଣୀ କରିବ କ୍ୱାଣ୍ଟମ କମ୍ପ୍ୟୁଟିଂ – ନୀତି ଆୟୋଗ

ଡେସ୍କ: କ୍ୱାଣ୍ଟମ କମ୍ପ୍ୟୁଟିଂର ଦ୍ରୁତ ବିକାଶ ଏବଂ ଜାତୀୟ ନିରାପତ୍ତା ଉପରେ ଏହାର ପ୍ରଭାବ ଉପରେ ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ଏକ ଦାତସବୀଯ ଜାରି କରିଛନ୍ତି। ଭାରତୀୟ ଡାଟା ସିକ୍ୟୁରିଟି କାଉନସିଲ ସହ ଭାଗିଦାରୀରେ ‘ନୀତି ଫ୍ରଣ୍ଟିୟର ଟେକ୍ ହବ୍’ ଦେଶର ଏକ ଫ୍ରଣ୍ଟିୟର ଟେକ୍ ରାଷ୍ଟ୍ରରେ ପରିଣତ ହେବା ଲକ୍ଷ୍ୟରେ ଏହି ଦସ୍ତାବିଜ ଜାରି କରିଛି। ଏହାକୁ ଉନ୍ମୋଚନ କରି ନୀତି ଆୟୋଗର ସିଇଓ ବି.ଭି.ଆର ସୁବ୍ରମଣ୍ୟମ ଦେଶ ପାଇଁ ଜ୍ଞାନକୌଶଳକୁ ସକ୍ରିୟ ଭାବରେ ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ବୈଷୟିକ ଉନ୍ନତି କ୍ଷେତ୍ରରେ ଭାରତକୁ ଅଗ୍ରଣୀ ସ୍ଥାନରେ ରଖିବା ପାଇଁ ଗବେଷଣା, ଉଦ୍ଭାବନ ଏବଂ ବୈଶ୍ୱିକ ଭାଗିଦାରୀ କ୍ଷେତ୍ରରେ ରଣନୈତିକ ପୁଞ୍ଜିନିବେଶ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି। ବିକଶିତ କ୍ୱାଣ୍ଟମ୍ ପରିଦୃଶ୍ୟରେ ଭାରତର ରଣନୈତିକ ପ୍ରସ୍ତୁତି ଏବଂ ନୀତି ପ୍ରସ୍ତୁତି ପାଇଁ ଏହି କାଗଜର ବୁଝାମଣା ଏକ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ ବୋଲି କହିଛନ୍ତି।

ଭାରତକୁ ଫ୍ରଣ୍ଟିୟର ଟେକ୍ ନେସନରେ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ଆୟୋଗ ଏକ ଫ୍ରଣ୍ଟିୟର ଟେକ୍ ଆକ୍ସନ ଟ୍ୟାଙ୍କ ଭାବରେ ନୀତି ଫ୍ରଣ୍ଟିୟର ଟେକ୍ ହବ୍ ପ୍ରତିଷ୍ଠା କରିଛି।ଏହାର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା- ଫ୍ରଣ୍ଟିୟର ଟେକ୍ ଇନୋଭେସନକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ ଦିଗରେ ଦ୍ରୁତ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଭାରତର ପ୍ରସ୍ତୁତିକୁ ସକ୍ଷମ କରିବା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories