www.samajalive.in
Sunday, December 7, 2025
18.1 C
Bhubaneswar

କନ୍ଧମାଳ: ଛାତ୍ର ବିଜେଡ଼ିର ବ୍ଳକସ୍ତରୀୟ ସଭାପତିଙ୍କ ନାମ ଘୋଷଣା

ଫୁଲବାଣୀ: କନ୍ଧମାଳ ଜିଲାର ସମସ୍ତ ୧୨ ଟି ବ୍ଳକର ଛାତ୍ର ବିଜେଡ଼ିର ସଭାପତି ସମେତ ତିନୋଟି ପୌର ପରିଷଦର ସଭାପତିଙ୍କ ନାମ ଆଜି ସନ୍ଧ୍ୟାରେ ଘୋଷଣା ହୋଇଛି। ରାଜ୍ୟ ସଭାପତି ଦେବି ରଂଜନ ତ୍ରିପାଠୀଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସ୍‍ ବିବୃତ୍ତି ପ୍ରକାରେ, ଫୁଲବାଣୀ ବ୍ଳକ ସଭାପତି ଭାବେ କମଳ ଲୋଚନା ଦେହୁରୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଖଜୁରିପଡ଼ା ବ୍ଳକ ସଭାପତି ଭାବେ ରବିନ୍ଦ୍ର କୁମାର ପ୍ରଧାନ, ଚକାପାଦ ବ୍ଳକ ସଭାପତି ଭାବେ ଆଶିଷ୍‍ କୁମାର ନାୟକ, ଫିରିଙ୍ଗିଆ ବ୍ଳକ ସଭାପତି ଭାବେ ହେମନ୍ତ ନାୟକଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଜି.ଉଦୟଗିରି ବ୍ଳକ ସଭାପତି ଭାବେ ଚିଟନ୍‍ ନାୟକ, ରାଇକିଆ ବ୍ଳକ ସଭାପତି ଭାବେ ରୋସନ ନାୟକ, ଦାରିଙ୍ଗବାଡ଼ି ବ୍ଳକ ସଭାପତି ଭାବେ ରୁପକ କୁମାର ସାହୁ, ଟିକାବାଲି ବ୍ଳକ ସଭାପତି ଭାବେ ପ୍ରମିସ୍‍ ଦିଗାଲ, ବାଲିଗୁଡ଼ା ବ୍ଳକ ସଭାପତି ଭାବେ ବ୍ରୋସଲିନ୍‍ ଦିଗାଲ, ତୁମୁଡ଼ିବନ୍ଧ ବ୍ଳକ ସଭାପତି ଭାବେ ନାରୟଣ ଚନ୍ଦ୍ର ଜ୍ୟୋତି ରଂଜନ ବଳିଆରସିଂ ଓ କ.ନୂଆଗାଁ ବ୍ଳକ ସଭାପତି ଭାବେ ଦେବବ୍ରତ ବିଶି ଏବଂ କୋଟଗଡ଼ ବ୍ଳକ ସଭାପତି ଭାବେ ଚନ୍ଦ୍ର ଶେଖର ବଡ଼ସେଠ୍‍ଙ୍କ ନାମ ଘୋଷଣା କରାଯାଇଛି। ଫୁଲବାଣୀ ପୌର ପରିଷଦର ଛାତ୍ର ବିଜେଡ଼ି ସଭାପତି ଭାବେ ସନ୍ଦିକ୍‍ କୁମାର ମହାନ୍ତି ଏବଂ ଜି.ଉଦୟଗିରି ଏନ୍‍ଏସି ସଭାପତି ଭାବେ ଅମିତ୍‍ କୁମାର ପ୍ରଧାନ ଓ ବାଲିଗୁଡ଼ା ଏନ୍‍ଏସି ସଭାପତି ଭାବେ ରାଜେଶ ଦିଗାଲଙ୍କ ନାମ ଘୋଷଣା କରାଯାଇଛି।

ପ୍ରକାଶଯେ, ଏହାର କିଛିଦିନ ପୂର୍ବରୁ ଜିଲା ସଭାପତି ଭାବେ ସୁନିଲ୍‍ କୁମାର ସେଠୀଙ୍କ ନାମ ଘୋଷଣା କରାଯାଇଥିଲା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories