Patra electronics

ଅକ୍ଟୋବର ୨୨ରେ କଳାହାଣ୍ଡିର ଇଷ୍ଟଦେବୀ ମା’- ମାଣିକେଶ୍ବରୀଙ୍କ ବିରଳ ଛତରଯାତ୍ରା

ଭବାନୀପାଟଣା: କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରା ପୂର୍ବବର୍ଷ ପରି ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖ ଦିନ ଭକ୍ତ ଓ ରକ୍ତ ରେ ଅନୁଷ୍ଠିତ ହେବ। ନିଜ ପାଖରେ ମା’ଙ୍କୁ ଦେଖିବା ଓ ସିଧାସଳଖ ସେମାନଙ୍କର ଗୁହାରୀ ଜଣାଇବା ପାଇଁ ଭକ୍ତ ମାନଙ୍କ ମଧ୍ୟରେ ଯେତିକି ଆବେଗ ଅଛି ତାଠାରୁ ଅଧିକ ମା’ ମାଣିକେଶ୍ବରୀ ନିଜ ପାଖରେ ନିଜ ଭକ୍ତଙ୍କୁ ଦେଖିବା ପାଇଁ ବ୍ୟାକୁଳ ହୋଇ ସେହି ଦିନକୁ ଚାହିଁ ରହିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖ ଦିନ ଭୋରରୁ ମା’ ମାଣିକେଶ୍ବରୀଙ୍କ ବିରଳ ଛତରଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଜିଲା ପ୍ରଶାସନ ତରଫରୁ ୫ ତାରିଖ ଅପରାହ୍ନ ୩ ଘଣ୍ଟା ୩୦ ମିନିଟ ସମୟରେ ଜିଲାପାଳ କାର୍ଯ୍ୟାଳୟ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ପି. ଅ​ନ୍ବେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ବିରଳ ଛତରଯାତ୍ରା ଦର୍ଶନ କରିବେ। ଏହାସହିତ ମାଡ଼ ନିକଟରେ ଭକ୍ତ ମାନେ ମାନସିକ କରିଥିବା ବୋଦା, ମେଣ୍ଢା, ପାରା , କୁକୁଡା ଆଦି ବଳି ଦେବା ସହିତ ମା’ଙ୍କ ଛତର ଯାତ୍ରାରେ ବେଲପତ୍ର ଓ ମନ୍ଦାର ମାଳ ସହିତ ନାଲି ଓ କଳା କପଡା ଚଢାଇ ଥାନ୍ତି। ସେହିପରି ମା’ ମାଣିକେଶ୍ବରୀଙ୍କ ଚଳନ୍ତି ପ୍ରତିମା ଛତରଯାତ୍ରା ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ ଦଳ ନିଜର ପାରମ୍ପରିକ ବାଜା ଓ ପୋଷାକରେ ସଜେଇ ହୋଇ ମା’ଙ୍କ ସମ୍ମୁଖରେ ନୃତ୍ୟ କରିବା ପାଇଁ ନୂଆଁଖାଇ ପରେ ପରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଭକ୍ତଙ୍କ ମନରେ ନାହିଁ ନଥିବା ଆବେଗ ଓ ଉତ୍ସାହ ଦେଖିବାକୁ ମିଳିଛି । ଚଳନ୍ତି ବର୍ଷ ଛତରଯାତ୍ରାରେ ପ୍ରବଳ ଜନ ସମାଗମ ହେବା ସହିତ ବଳି ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ବହୁ ଅଧିକ ହେବାର ସମ୍ଭାବନା ରହିଛି। ତେଣୁ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ଏହି ଛତରଯାତ୍ରା ଓ ଦଶହରା ଯାତ୍ରା କିପରି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେଥିପାଇଁ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ପ୍ରସ୍ତୁତି ବୈଠକରେ ବିଭିନ୍ନ ସଂଗଠନ କର୍ମକର୍ତ୍ତା, ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଓ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ସହଯୋଗ ପାଇଁ ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଅନୁରୋଧ କରିଥିଲେ।

ଚଳନ୍ତି ବର୍ଷ ଅକ୍ଟୋବର ୨୧ ତାରିଖ ମଧ୍ୟ ରାତିରେ ମୁଖ୍ୟମନ୍ଦିରରୁ ମା’ ମାଣିକେଶ୍ୱରୀଙ୍କ ଛତର ପ୍ରଦେଶୀପଡା ନିକଟରେ ଥିବା ଜେନାଖାଲକୁ ଯିବ ସେଠାରେ ମାଣିକେଶ୍ୱରୀଙ୍କ ଗୁପ୍ତ ପୂଜା ଶେଷ ହେବା ପରେ ଅକ୍ଟୋବର ୨୨ ତାରିଖ ଭୋରୁ ୫ ଘଣ୍ଟା ସମୟରେ ମା’ଙ୍କ ବିଜୟଯାତ୍ରା ବା ଛତର ଯାତ୍ରା ଅନୁଷ୍ଠିତ ହେବ। ସେପରି ୨୧ ତାରିଖ ରାତିରେ ରାଜପ୍ରସାଦ ସମ୍ମୁଖରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜେନାଖାଲରୁ ମୂଖ୍ୟମନ୍ଦିର ପ୍ରାୟ ୫ କିଲୋମିଟର ମୂଖ୍ୟରାଜ ରାଜରାସ୍ତାରେ ମା’ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେଇ ଖୁସିରେୁମୂଖ୍ୟମନ୍ଦିରକୁ ଫେରିବେ। ଏହି ସମୟରେ ମାନସିକ କରିଥିବା ହଜାର ହଜାର ଭକ୍ତ ବୋଦା,କୁକୁଡା, ପାରା, ମେଣ୍ଡା ମା’ଙ୍କ ଛତର ଆସୁଥିବା ମୁଖ୍ୟରାସ୍ତା ଓ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ପାର୍ଶ୍ବରେ ବଳି ଦେବା ସହିତ ବହୁ ଭକ୍ତ ମା’ଙ୍କ ଛତର ଉପରକୁ ପାରା ଉଡାଇବେ । ୨୩ ତାରିଖ ଦିନ ଲାଖମରା ଉଛବ ଅନୁଷ୍ଠିତ ହେବ ବୋଲି ରାଜପ୍ରାସାଦ ତରଫରୁ ଅଶୋକ କୁମାର ନେଗି ପ୍ରକାଶ କରିଥିଲେ। ଏହା ସହିତ ଚଳନ୍ତି ବର୍ଷ ଜନାସମାଗମ ପୂର୍ବ ବର୍ଷ ଠାରୁ ଅଧିକ ହେବ ସେଥିପାଇଁ ଜନସାଧାରଣ ଶାନ୍ତି ଶୃଙ୍ଖଳାର ସହିତ ଅଧିକ ଗହଳି ନକରି ଦର୍ଶନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ପୂର୍ବ ବର୍ଷ ପରି ଚଳନ୍ତି ବର୍ଷ ଅଧିକ ସାସ୍କୃତିକ ଦଳ ଭାଗ ନେବେ ସେଥିପାଇଁ ପ୍ରଶାସନ ଓ ପୋଲିସ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ଛତର ଯାତ୍ରାର ପୂର୍ବଦିନ ଅର୍ଥାତ୍ ୨୧ ତାରିଖ ତାରିଖ ଦିନ ଓ ଛତର ଯାତ୍ରା ୨୨ ତାରିଖ ଦିନ ଭବାନୀପାଟଣା ସହରର ବିଦ୍ୟୁତସେବା ନିରବଚ୍ଛିନ୍ନ ଭାବେ ରହିବ ଓ ପିଇବା ପାଣି , ବିଭିନ୍ନ ସ୍ଥାନରେ ମେଡ଼ିକାଲ ଟିମି ବ୍ୟବସ୍ଥା ,ଟ୍ରାଫିକ୍ ସମସ୍ୟା , ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମୂଖ୍ୟମନ୍ଦିର ଓ ଘୋଡାଘାଟ ଛକ ନିକଟରେ ଧାରାବିବରଣୀ ବ୍ୟବସ୍ଥା, ବିଭିନ୍ନ ବିଦ୍ୟୁତ ଗଣମାଧ୍ୟମ ଓ ୟୁଟ୍ୟୁବ ଚେନାଲ ଛତରଯାତ୍ରା ର ସିଧାପ୍ରସାରଣ କିପରି କରିବେ ତାହାର ବ୍ୟବସ୍ଥା, ୨୧ ଏବଂ ୨୨ ତାରିଖ ସମସ୍ତ ଦେଶୀ ବିଦେଶୀ ମଦ ଦୋକାନ ବନ୍ଦ ରହିବା। ଛତର ଯିବା ରାସ୍ତା ର ମରାମତି ଓ ଛତର ପରେ ରାସ୍ତା ସଫା ଯେପରି ତୁରନ୍ତ ହେବା ଆଦି ଉପରେ ଆଲୋଚନା କରାଯାଇଥିଲା।

ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ, ରାଜପ୍ରସାଦ ତରଫରୁ ଅଶୋକ କୁମାର ନେଗୀ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଉଆନ, ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର , ଭବାନୀପାଟଣ ଉପଜିଲ୍ଲାପାଳ ଡ . ବିଶ୍ୱଜିତ ଦାସ ଓ ଧର୍ମଗଡ ଉପଜିଲାପାଳ ବିରଞ୍ଚି ନାରାୟଣ ଦରଉଆନ ,ଭବାନୀପାଟଣା ନଗରପାଳିକା ସଂଯୁକ୍ତା ବେହେରା, ଭବାନୀପାଟଣା ପୌରପରିଷଦ ନିର୍ବାହିଅଧିକରୀ ଚିନ୍ମୟ ନାୟକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା , ସିଡିଏମ୍ଓ ଡା . ନିହର ରଂଜନ ପଣ୍ଡା , ଭବାନୀପାଟଣା ତହସିଲଦାର , ଜିଲ୍ଲା ପୋଲିସ ବିଭାଗ ର ଅଧିକାରୀ, ବଳିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ , ଓକିଲ ସୁବ୍ରତ୍ତ ବହିଦାର, ଉଛବ ସାହୁ, ବିଭିନ୍ନ ବିଭାଗର ଅଧିକାରୀ, ଭବାନୀପାଟଣା ସହରର ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ଆଇନଜୀବୀ, ବିଭିନ୍ନ ଦୁର୍ଗା ପୂଜା କମିଟ ଓ ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Comments are closed.