କଳାହାଣ୍ଡି / ଭବାନୀପାଟଣା : କଳାହାଣ୍ଡି ଜିଲାର ଭବାନୀପାଟଣାରେ ସୋମବାର ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାରେ ବିଜେଡ଼ି ସାଙ୍ଗଠନିକ ଢାଞ୍ଚା ଓ ନୂତନ ସଦସ୍ୟ ଗ୍ରହଣ, କଳାହାଣ୍ଡିରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଜିଲାର ବିକାଶ ଧାରା, ଭବାନୀପାଟଣାରେ ବାଇପାସ୍, ରେଲୱ ଓଭର ବ୍ରିଜ, ଆଗାମୀ ପୌରନିର୍ବାଚନ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ସମସ୍ତ ବିଜେଡ଼ି ବିଧାୟକ, ଜିଲାସଭାପତି ପୁଷ୍ପେନ୍ଦ୍ର ସିଂହ ଦେଓ ପ୍ରମୁଖ ଯୋଗଦେଇଛନ୍ତି।
Popular Categories



