ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ପକ୍ଷରୁ ଜାତୀୟ କର୍ମଶାଳା ଉଦଘାଟନ  

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆଜି ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ର ଓ ଓଡ଼ିଆ ବିଭାଗ ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦଘାଟନ ହୋଇଯାଇଛି । ବିଶ୍ଵବ୍ୟାଙ୍କ ପ୍ରାୟୋଜିତ ଉତ୍କର୍ଷ ଓ ଯଥାର୍ଥତା ପ୍ରତିପାଦକ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଆର୍ଥିକ ସହାୟତାରେ ଅନୁଷ୍ଠିତ ହୋଇଛି । ‘ଦକ୍ଷିଣ ଓଡିଶାର ପ୍ରଦର୍ଶନଶିଳ ଲୋକକଳା’ ଶୀର୍ଷକ କର୍ମଶାଳାକୁ ସଭା ମୁଖ୍ୟ ତଥା ଉଦଘାଟକ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ଅନ୍ୟ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଓଡିଶାରେ ବହୁ ମାତ୍ରାରେ ଲୋକକଳା ରହିଛି ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ହେବା ଉଚିତ ବୋଲି କହିଥିଲେ। ଅତିଥି ଭାବେ ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଦକ୍ଷିଣ ଓଡିଶାର ଲୋକ କଳାକୁ ଉଜିବିତ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ। ମୁଖବକ୍ତା ଭାବେ ନିର୍ଦ୍ଧେଶକ ଗୁରୁ ଡ଼. ଗଜେନ୍ଦ୍ର ପଣ୍ଡା ଯୋଗ ଦେଇ  ଗଞ୍ଜାମରେ ଯେତେ ସବୁ ଲୋକକଳା ଅଛି ତାର ସାତ୍ରୀୟତା ଭଙ୍ଗୀକୁ ନୃତ୍ୟ ମାଧ୍ୟମରେ ଆଲୋଚନା କରିଥିଲେ। ଦକ୍ଷିଣ ଓଡିଶା ସାଂସ୍କୃତିକ ଗବେଷଣା କେନ୍ଦ୍ରର ସଂଯୋଜକ ଡ଼. ସମୀର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ।
prayash
ବିଶ୍ଵବିଦ୍ୟାଳୟ ପକ୍ଷରୁ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢ଼ୋକନ ସହ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସ୍ମରଣିକା ଅନ୍ମେସା, ଡ଼.ଲମ୍ବୋଧର ପାଣିଗ୍ରାହୀଙ୍କ ଲିଖିତ ପୁସ୍ତିକା ଲବଣ୍ୟ ତରଙ୍ଗିଣୀ,ଉପେନ୍ଦ୍ର ପାଣିଗ୍ରାହୀଙ୍କ ଲିଖିତ ପୁସ୍ତିକା ଉତ୍କଳର ଦାସକାଠିଆ ଏବଂ ଲେଖକ ଅରୁଣ କୁମାର ତ୍ରିପାଠୀଙ୍କ ଲିଖିତ ପୁସ୍ତିକା ଇକୋନୋମିକ ଇନପାବାରମେଣ୍ଟ ଅଫ ଟ୍ରାଇବଲ ଓମେନ କୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା। ଶେଷରେ ଓଡ଼ିଆ ବିଭାଗର ସଂଯୋଜକ ଡ଼. ଦେବୀ ପ୍ରସାଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ସଭାପତି ଭାବେ  ଡ. ଲମ୍ବୋଦର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ  ଡ. କୁଳମଣି ଓଝା, ପ୍ରାକ୍ତନ ପ୍ରାଧ୍ୟାପକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଅଧ୍ୟାପକ ଡ. ନଳିନୀ କୁମାର ପାଣିଗ୍ରାହୀ, ଗବେଷିକା ସୁମିତ୍ରା ପୃଷ୍ଟି, ଗବେଷକ ଜିତେନ୍ଦ୍ର କୁମାର ମହାନ୍ତି, ରିଲୁ ପ୍ରଧାନ, ଓ ଅମିୟ ସ୍ୱାଇଁ ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ କୁରେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ଅଧିବେଶନରେ ସଭାପତି ଭାବେ ମେଜର ରମାରମଣ ପାଢ଼ୀ ଯୋଗ ଦେଇଥିବା ବେଳେ ଡ଼. କୃଷ୍ଣ ପ୍ରସାଦ ମହାପାତ୍ର,ଡ. ଶରତ କୁମାର ଜେନା, ଅଧ୍ୟାପକ ଡ. ମନୋରଞ୍ଜନ ବିଷୋୟୀ, ଗବେଷକ ସୀମାଞ୍ଚଳ ପ୍ରଧାନ, ସରୋଜ କୁମାର ବାରିକ, ପ୍ରକାଶ ବେହେରା, ସୁଷମା ପାଢ଼ୀ ଯୋଗ ଦେଇ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଦେବାଶିଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପ୍ରାୟ ଦୁଇ ଶହ ସାହିତ୍ୟିକ, ଗବେଷକ ଓ ଆଲୋଚକ ଉପସ୍ଥିତ ଥିଲେ।

Comments are closed.