ବ୍ରହ୍ମପୁର ବିଶ୍ବବିଦ୍ୟାଳୟ- ଉନ୍ମୋଚିତ ହେଲା ରେକର୍ଡ ଅଫ୍ ଡ଼ିଗ୍ରୀ ୨୦୨୧ ପୁସ୍ତିକା
ଗୋପାଳପୁର: ରାଜ୍ୟପାଳଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜୋସେଫ ଚକ୍ରପାଣିଙ୍କ ଦ୍ବାରା ରେକର୍ଡ ଅଫ ଡିଗ୍ରୀ ପୁସ୍ତିକାର ଉନ୍ନୋଚନ କରାଯାଇଛି। ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି ନଂ ୧୨୩୪୭ ପ୍ରକାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ରେକର୍ଡସ୍ ଅଫ ଡ଼ିଗ୍ରୀ ପୁସ୍ତିକା ଉନ୍ମୋଚନ ହୋଇଛି। ପ୍ରତିବର୍ଷ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରାଯାଉଥିଲା। କିନ୍ତୁ ଗତ ବର୍ଷ ଓ ଚଳିତ ବର୍ଷ କରୋନା ମହାମାରୀ ଲାଗି ସମାବର୍ତ୍ତନ ଉତ୍ସବ ପାଳନ କରାନଯାଇ ସ୍ଥଗିତ ରଖାଯାଇଥିଲା। ତେଣୁ କୁଳପତି ପ୍ରଫେସର ଚକ୍ରପାଣି କୁଳାଧିପତି ପ୍ରଫେସର ଗଣେଶି ଲାଲଙ୍କ ସହ ଯୋଗାଯୋଗ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଲାଗି ସେମାନଙ୍କର ଓରିଜିନାଲ୍ ଡିଗ୍ରୀ ସାର୍ଟିଫିକେଟ ପ୍ରସ୍ତୁତ ସରିଛି ତେଣୁ ଆପଣ ଅନୁମତି ଦେଲେ ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବୁ ବୋଲି ଅନୁରୋଧ କରିଥିଲେ। କୁଳପତିଙ୍କ ଅନୁରୋଧ କ୍ରମେ ରାଜ୍ୟପାଳ ସମସ୍ତ ସାର୍ଟିଫିକେଟ ପ୍ରଦାନ କରିବାକୁ ଅନୁମତି ଦେଇଥିଲେ।
ଆଜି ସକାଳ ୧୧. ୩୦ ମିନଟ ସମୟରେ ଏହି ପୁସ୍ତିକାକୁ ନିଜେ କୁଳପତି ପ୍ରଫେସର ଚକ୍ରପାଣି ଉନ୍ମୋଚନ କରି ପରୀକ୍ଷା ନିୟନ୍ତ୍ରକ ଡ. ସୁରେନ୍ଦ୍ର ସେଠୀଙ୍କୁ ପ୍ରଦାନ କରିଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ବୀକୃତି ପ୍ରାପ୍ତ କଲେଜର ୨୦୨୧ ବର୍ଷରେ ଉତ୍ତର୍ଣ୍ଣ ହୋଇଥିବା ମୋଟ ୨୨୮୫୬ ଛାତ୍ର ଛାତ୍ରୀ ଙ୍କ ତାଲିକା ତିଆରି ହୋଇଛି। ଡି. ଏସସି ୦୧, ଡି ଲିଟ ୦୧, ଡକ୍ଟର ଅଫ୍ ଫିଲୋସୋଫି (ପି ଏଚ ଡି ) ୫୮, ଡକ୍ଟର ଅଫ ମେଡିସିନ (ଏମ୍ ଡି) ୬୪, ମାଷ୍ଟର ଅଫ୍ ସର୍ଜରୀ (ଏମଏସ) ୪୫, ଏମବିବିଏସ ୧୫୦, ମାଷ୍ଟରସ ଡିଗ୍ରୀ ୧୩୯୯, ବେଚୁଲରସ ଡିଗ୍ରୀ ୨୧୧୯୭, ଡିପ୍ଲୋମା ଡିଗ୍ରୀ ୪୧ ମୋଟ ୨୨୯୫୬ ଜଣ ଛାତ୍ର ଛାତ୍ରୀଙ୍କ ନାମ ଏଥିରେ ରହିଛି। ପୁସ୍ତିକା ଉନ୍ମୋଚନ ବେଳେ କୁଳପତିଙ୍କ ସମେତ କୁଳସଚିବ ପ୍ରଦୀପ କୁମାର ମିଶ୍ର, ପରୀକ୍ଷା ନିୟନ୍ତ୍ରକ ଡ.ସୁରେନ୍ଦ୍ର ସେଠୀ, ଉପ କୁଳସଚିବ ଡ଼ଃ ବାବୁଜୀ ସାମଲ, ସମୁହ କଲେଜର ଅଧ୍ୟକ୍ଷା ପ୍ରଫେସର ଅରୁନ୍ଧତୀ ରଥ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଉପସ୍ଥିତ ଥିଲେ। ଏ ନେଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ କଲେଜ ଅଧକ୍ଷ ମାନଙ୍କୁ ସୂଚନା ଦେଇଛନ୍ତି ସେମାନେ କିମ୍ବା ତାଙ୍କ ପ୍ରତିନିଧି ଆସି ସାର୍ଟିଫିକେଟ ନେବା ସହ ଛାତ୍ର ଛାତ୍ରୀଙ୍କୁ କିଭଳି ଶୀଘ୍ର ପହଞ୍ଚିବ ସେଥି ପ୍ରତି ଗୁରୁତ୍ବ ଦେବାକୁ ଡ. ସେଠୀ ପ୍ରକାଶ କରିଛନ୍ତି।
Comments are closed.