ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ ପାଳିତ

ବାଉଁଶୁଣି :ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିପଦର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ ପ୍ରଧାନ ଶିକ୍ଷକ ଅରୁଣ କୁମାର ସାହୁଙ୍କ ସଭାପତିତ୍ବରେ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ଜିଜ୍ଞାସା କ୍ଲବ୍, କୌଶଳି, କ୍ରିଡାଙ୍ଗନ, ସାହିତ୍ୟ ସୃଜନୀ ନାମରେ ୪ ଟି କ୍ଲବରେ ଭାଗ କରାଯାଇଛି। ଏହାସହିତ ଛାତ୍ରଛାତ୍ରୀମାନେ ନିଜ ନିଜର ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କୃପାସିନ୍ଧୁ ପାତ୍ର, ମୋ ସ୍କୁଲ ଅଭିଯାନର ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଏହି ୪ଟି କ୍ଲବରେ ବିଜ୍ଞାନ ଶିକ୍ଷୟିତ୍ରୀ ଅନୁରାଧା ମେହେର, ବିଜ୍ଞାନ ଶିକ୍ଷକ ଟିଲୀ ମେହେର ବିଦ୍ୟାଳୟର କ୍ରୀଡା ଶିକ୍ଷକ ସଞ୍ଜୟ କୁମାର ବଢେଇ, ରାଧେଶ୍ୟାମ ମେହେର ଏବଂ ସମସ୍ତ କର୍ମ ଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments are closed.