www.samajalive.in
Sunday, December 7, 2025
26.1 C
Bhubaneswar

ଲୁଣ ପାଣିରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

ଆପଣ ଲୁଣ ଦ୍ବାରା ହେଉଥିବା ଶାରୀରିକ ଲାଭ ବିଷୟରେ ତ ଜାଣିଥିବେ। କିନ୍ତୁ ଏହା ଆପଣଙ୍କ ଚର୍ମ ପାଇଁ ମଧ୍ୟ ଲାଭଦାୟକ ଅଟେ। ଏହାସହ ଲୁଣ ପାଣିରେ ଗାଧୋଇବା ଦ୍ବାରା ମଧ୍ୟ ଶରୀରରୁ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏହାର ଅନେକ ଲାଭଦାୟକ ଗୁଣ ରହିଛି। ଆସନ୍ତୁ ଜାଣିବା ଲୁଣ ପାଣିରେ ଗାଧୋଇବା ଦ୍ବାରା ଶରୀରକୁ କ’ଣ ଲାଭ ମିଳିଥାଏ ..

ଥକାପଣ ଦୂର ହୋଇଥାଏ :

- Advertisement -

ଲୁଣ ପାଣିରେ ଗାଧୋଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହାଦ୍ବାରା ଚର୍ମ କୋମଳ ରହିଥାଏ। ଲୁଣ ପାଣିରେ ଗାଧୋଇବା ଦ୍ବାରା ମାଂସପେଶୀୟ ଓ ଆଣ୍ଠୁଗଣ୍ଠି ବିନ୍ଧା କମ୍‌ ହୋଇଥାଏ। ଆପଣ ଥକି ଯାଇଥିଲେ ଲୁଣ ପାଣିରେ ଗାଧୋଇଲେ ଆଶ୍ବସ୍ତି ଅନୁଭବ ହୋଇଥାଏ। ଏହାସହ ନିଦ ମଧ୍ୟ ଠିକ ଭାବେ ହୋଇଥାଏ।

ମୁହଁ ପାଇଁ ଲାଭଦାୟକ :

ଗାଧୋଇବା ପାଣିରେ ଲୁଣ ମିଶାଇବା ଦ୍ବାରା ସେଥିରେ ମିନେରାଲ୍ସର ମାତ୍ରା ବୃଦ୍ଧି ହୋଇଥାଏ। ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଲୁଣରେ ଗାଧୋଇବା ଦ୍ବାରା ଏହା ଆପଣଙ୍କ ମୁହଁରେ ଥିବା ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ, ସୋଡିୟମ ଇତ୍ୟାଦି ଅବଶୋଷଣ କରିନିଏ। ଯାହାଦ୍ବାରା ମୁହଁର ଚମକ ବୃଦ୍ଧି ପାଇଥାଏ ଏବଂ ସୁସ୍ଥ ରହେ।

ଜୀବାଣୁ ବାହାର କରେ :

ଲୁଣ ଓ ଉଷୁମ ପାଣି ମୁହଁରେ ଥିବା ସମସ୍ତ ଖରାପ ଓ ହାନିକାରକ ତତ୍ତ୍ବ ବାହାର କରିବାରେ ସାହାର୍ଯ୍ୟ କରିଥାଏ। ଏହା ଶରୀରରୁ ହାନିକାରକ କୀଟାଣୁ ବାହାର କରିଥାଏ। ଦିନ ସାରା ଶରୀର ଅବଶୋଷଣ କରିଥିବା ହାନିକାରକ ବ୍ୟାକ୍ଟେରିଆକୁ ଏହା ବାହାର କରିବାରେ ସହାୟକ ହୋଇଥାଏ। ଏହା ମୁହଁକୁ କୋମଳ ମଧ୍ୟ କରିଥାଏ।

ଚିନ୍ତା ଠାରୁ ମୁକ୍ତି ଦେଇଥାଏ :

ସର୍ବଦା ଚିନ୍ତାଗ୍ରସ୍ତ ରହୁଥିବା ବ୍ୟକ୍ତି ଲୁଣ ପାଣିରେ ଗାଧୋଇବା ଉଚିତ। କାରଣ ଏହାଦ୍ବାରା ମନ ଶାନ୍ତ, ଖୁସି ଓ ଆରାମ ଲାଗିଥାଏ। ଏହା ମାନସିକ ଶାନ୍ତି ମଧ୍ୟ ଦେଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories