www.samajalive.in
Sunday, December 7, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଅଧ୍ୟାପକ ମୃତ

ବରଗଡ଼ : ବରଗଡ଼ ଜିଲା ପାଇକମାଲ ଅଞ୍ଚଳରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଧବଳେଶ୍ୱର ସାହୁ (୩୦)ଙ୍କ ମୃତ୍ୟୁ ହୋଇଛି। ସେ ଏକ ଘରୋଇ କଲେଜର ଅଧ୍ୟାପକ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧବଳେଶ୍ୱର ସାହୁ ନିଜ କଲେଜକୁ ଯିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ସମୟରେ ତାଙ୍କୁ ଏକ ଘରୋଇ ବସ ଧକ୍କା ଦେଇଥିଲା। ତୁରନ୍ତ ଧବଳେଶ୍ୱରଙ୍କୁ ଉଦ୍ଧାର କରି ପଦ୍ମପୁର ଡ଼ାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ବସଟିକୁ ପାଇକମାଲ ଥାନାରେ ଅଟକ ରଖାଯାଇଛି। ଧବଳେଶ୍ୱର ଏକ ବର୍ଷ ତଳେ ବିବାହ କରିଥିଲେ ଓ ତାଙ୍କର ଏକ ଛୋଟ ଝିଅ ଅଛି। ସେ ମାନଡ଼ୋଶୀଳ +୩ କଲେଜରେ ଇଂରାଜୀ ଅଧ୍ୟାପକ ଥିବାବେଳେ ଏସ ଏସ ବି ଦ୍ୱାରା ମନୋନୀତ ହୋଇ ଇତିମଧ୍ୟରେ ସରକାରୀ କାର୍ଯ୍ୟରେ ଯୋଗଦାନ କରିବାର ଥିଲା।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories