www.samajalive.in
Monday, December 8, 2025
16.1 C
Bhubaneswar

‘ବାର୍କ’ର ବାର୍ଷିକ ଅଧିବେଶନ

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ, ଜୈବ ପ୍ରଯୁକ୍ତି ବିଦ୍ୟା ଏବଂ ଜୈବ ରସାୟନ ବିଭାଗର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନକୁ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଉଦଘାଟନ କରିଛନ୍ତି। କୁଳପତି ପ୍ରଫେସର ଇଶାନ କୁମାର ପାତ୍ରଙ୍କ କହିବା ଅନୁସାରେ ସୁସ୍ଥ ମସ୍ତିଷ୍କର ପ୍ରତିଫଳନ ଭାବେ ସୁସ୍ଥ ସମାଜ ଗଢ଼ା ଯାଇପାରିଵ । ‘ଵାର୍କ‘ (ବୋଟାନୀଷ୍ଟ ଆସୋସିଏସନ ଅଫ୍ ରେଭେନ୍ସା କଲେଜ)ର ଉପସଭାପତି ପ୍ରଫେସର ପ୍ରଦିପ୍ତ କୁମାର ମହାପାତ୍ର ଅତିଥି ପରିଚୟ ଦେବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଡ଼ଃ ଅନିରୁଦ୍ଧ ଖିଲାର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଡ଼ଃ ନିର୍ମଳକାନ୍ତି ସେନ ଏବଂ ଡ଼ଃ କଳିଙ୍ଗ କେଶରୀ ମହାନ୍ତିଙ୍କ ସମ୍ପାଦନାରେ ପ୍ରକାଶିତ ମୁଖପତ୍ର ‘ଆରୋମା’ର ଉନ୍ମୋଚନ ହୋଇଥିଲା। 

ଫିଲିପାଇନ୍ସର ମାନିଲା ଠାରେ କାମ କରିଥିବା ଆନ୍ତର୍ଜାତିକ ବୈଜ୍ଞାନିକ ପ୍ରଫେସର କ୍ଷୀରୋଦ ଜେନା, ପୂର୍ବତନ ଶିକ୍ଷା ନିର୍ଦେଶକ ଡ଼ଃ ଶରତ ବିଶ୍ୱାଳ, ପ୍ରଶାସନିକ ଅଧିକାରୀ ସୁକାନ୍ତ କିଶୋର ମହାନ୍ତି ଏବଂ ଡ଼ଃ ରମେଶ ଚନ୍ଦ୍ର ପଣ୍ଡାଙ୍କୁ ତାଙ୍କର ଅବଦାନ ପାଈଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମାବେଶରେ ଶତାଧିକ ପୂରାତନ ଛାତ୍ର ଛାତ୍ରୀଙ୍କ ସମେତ ଡ଼ଃ ଧରଣୀଧର ଜେନା, ଡ଼ଃ ପଦନ କୁମାର ଜେନା, ଡ଼ଃ ସଂହିତା ପାଢ଼ୀ, ଡ଼ଃ ଦେବୀ ଆଚାର୍ୟ୍ୟ, ଡ଼ଃ ନିହାର ରଂଜନ ସିଂହ, ଉଦୟ ଶଙ୍କର ଆଚାର୍ୟ୍ୟ, ଡ଼ଃ ନିହାର ମଞ୍ଜରୀ ମିଶ୍ର, ଡ଼ଃ ମାନସ ଶତପଥୀ, ଡ଼ଃ ବିଶ୍ବଜିତ ମହାପାତ୍ର ଇତ୍ୟାଦି ଯୋଗ ଦେଇଥିଲେ। ଡ଼ଃ କ୍ଷୀରୋଦ କୁମାର ସାହୁଙ୍କ ତତ୍ୱାବଧାନରେ ସୁନ୍ଦର ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରଯାଇଥିଲା। ଡ଼ଃ ଶକ୍ତି କାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories