www.samajalive.in
Saturday, December 6, 2025
26.1 C
Bhubaneswar

ଭୁଶୁଡିଲା ଯାତ୍ରା ପାର୍ଟି ଏଣ୍ଟ୍ରି ଗେଟ୍, ଏକାଧିକ ଆହତ

ସାଲେପୁର: ଯାତ୍ରା ଆରମ୍ଭ ହେବା ପୂର୍ବରୁ ବଡ ଅଘଟଣ। ସାଲେପୁରରେ ଭୁଶୁଡିଲା ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍ । ଏଥିରେ ୩୦ରୁ ଅଧିକ ଦର୍ଶକ ଆହତ ହୋଇଥିବା ସୂଚନା ମିଳିଛି।  ରାଇସୁଙ୍ଗୁଡା ଶନି ପଡିଆରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୂତାବକ ଶୁକ୍ରବାରଠାରୁ ରାଜାରାଣୀ ଯାତ୍ରା ରାଇସୁଙ୍ଗୁଡା ଶନି ପଡିଆଠାରେ ଯାତ୍ରା ମଞ୍ଚସ୍ଥ କରୁଥିଲା। ଗତକାଲି ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଦର୍ଶକ ଙ୍କ ଗହଳି ଜମିଥିଲା। ଏତିକିବେଳେ ଦର୍ଶକ ମାନେ ଟିକେଟ୍ କାଟି ପ୍ରବେଶ କରୁଥିବାବେଳେ ହଠାତ୍ ଲୁହା ଏଣ୍ଟ୍ରି ଗେଟଟି ଭୁଶୁଡି ପଡିଥିଲା। ଏଥିରେ ପ୍ରାୟ ୩୦ରୁ ଅଧିକ ଦର୍ଶକ ଆହତ ହୋଇଥିବାବେଳେ ୬ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ଏକାସଙ୍ଗରେ ଅଧିକ ସଂଖ୍ୟକ ଦର୍ଶକ ପ୍ରବେଶ କରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories