www.samajalive.in
Saturday, December 6, 2025
26.1 C
Bhubaneswar

ଜାନୁଆରୀ ପହିଲାରୁ ଚାଷୀଙ୍କୁ ମିଳିବ ୨ ଲକ୍ଷର ବନ୍ଧକମୁକ୍ତ ଋଣ

ମୁମ୍ବଇ : ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବନ୍ଧକମୁକ୍ତ କୃଷିଋଣ ପରିମାଣ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ୨୦୨୫ ଜାନୁଆରୀ ୧ରୁ ଏହା ଲାଗୁ ହେବ। କୃଷି କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବଢ଼ୁଥିବାରୁ ଛୋଟ ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆର୍‌ବିଆଇ ଏହି ଘୋଷଣା କରିଛି। ପ୍ରତି ଋଣୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକ ମୁକ୍ତ କୃଷି ଓ କୃଷି ସମ୍ବନ୍ଧୀୟ ଋଣ ଦେବାକୁ ଆର୍‌ବିଆଇ ଦେଶର ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେଇଛି। ପୂର୍ବରୁ ଏହା ୧.୬ ଲକ୍ଷ ଟଙ୍କା ଥିଲା। ଚାଷରେ ବଢ଼ୁଥିବା ଉତ୍ପାଦନ ଖର୍ଚ୍ଚ ଓ ଚାଷୀଙ୍କ ପାଇଁ ଋଣ ଉପଲବ୍ଧତାକୁ ସୁଦୃଢ଼ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୃଷି ମନ୍ତ୍ରଣାଳୟ କହିଛି। ଏହି ପଦକ୍ଷେପ ଫଳରେ ଦେଶର ୮୬ ପ୍ରତିଶତ ଛୋଟ ଓ ନାମମାତ୍ର ଚାଷୀ ଉପକୃତ ହେବେ। ଏଥିସହ ନିର୍ଦେଶାବଳୀକୁ ଶୀଘ୍ର କାର୍ଯ୍ୟକାରୀ କରିବା ଏବଂ ନୂତନ ଋଣ ବ୍ୟବସ୍ଥା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦିଆଯାଇଛି। ଏହି ପଦକ୍ଷେପ କିଷାନ କ୍ରେଡିଟ କାର୍ଡ (କେସିସି)ଋଣ ନେବା ସହଜ କରିବା ସହ ସରକାରଙ୍କ ସଂଶୋଧିତ ସୁଧ ସହାୟତା ଯୋଜନାକୁ ସୁଗମ କରିବ, ଯାହା ୪ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନ କରିଥାଏ। ଏହି ପଦକ୍ଷେପ ଉତ୍ପାଦନ ଖର୍ଚ୍ଚରେ ଦେଖାଦେଉଥିବା ମୁଦ୍ରାସ୍ଫୀତି ଚାପକୁ କମ୍‌ କରିବା ସହ କୃଷକଙ୍କ ଆର୍ଥିକ ବିକାଶ କରାଇବାରେ ସହାୟକ ହେବ ବୋଲି କୃଷି ବିଶେଷଜ୍ଞ କହିଛନ୍ତି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories