www.samajalive.in
Saturday, December 6, 2025
15.1 C
Bhubaneswar

କୁମ୍ଭୀର ଗଣନା ପାଇଁ ଭିତରକନିକା ଅଭୟାରଣ୍ୟ ବନ୍ଦ

ରାଜନଗର: ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ଏଥିପାଇଁ ପର୍ଯ୍ୟଟକଙ୍କ ଲାଗି ଏହି ଜାତୀୟ ଉଦ୍ୟାନ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ। ଶୀତ ଅଧିକ ହେଲେ ଛୋଟରୁ ବଡ ପର୍ଯ୍ୟନ୍ତ ସବୁ କୁମ୍ଭୀର ନଦୀପଠାରେ ଖରା ଖାଇବାକୁ ପଡ଼ି ରହିଥାନ୍ତି। ଭିତରକନିକାର ନଦୀନାଳ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ଆସୁ ନଥିବାରୁ ନଦୀପଠା ବୁଡି ନ ଥାଏ। ଏହି ସମୟରେ ଦିନ ଓ ରାତିରେ କୁମ୍ଭୀର ଗଣନା କରିବାକୁ ସୁବିଧା ହୋଇଥାଏ। ମୁଖ୍ୟତଃ ପର୍ଯ୍ୟଟକମାନେ ବୋଟ୍‌ରେ ଆସିବା ସମୟରେ କୁମ୍ଭୀରମାନେ ପଠାରୁ ନଦୀ ଭିତରକୁ ଚାଲି ଯାଆନ୍ତି। ପର୍ଯ୍ୟଟକଙ୍କୁ ବନ୍ଦ କରିବାର ୩ ରୁ ୪ଦିନ ପରେ ଆହୁଲା ମରା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories