www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ମାର୍ଟସ୍କିଲ୍‍ ତାଲିମ ପାଇଲେ ବନ୍ଧପାଲି ଯୁବ ବୁଣାକାର

ବରପାଲି: ବରପାଲି ବ୍ଲକ ବନ୍ଧପାଲି ଶିଶୁ ମନ୍ଦିର ପରିସରରେ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା ଗୁଜରାଟ ଏବଂ କ୍ଲଷ୍ଟର ମିଶନ ପକ୍ଷରୁ ନେଟୱାର୍କିଂ ସ୍ମାର୍ଟ ସ୍କିଲ ତାଳିମ” ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ମାଧ୍ୟମରେ ୧୦ ଜଣ ଯୁବ ବୁଣାକାରମାନଙ୍କୁ ‘ଯୋଗାଯୋଗ ଏବଂ ନେଟ ୱାର୍କିଂ ତାଲିମ’ ପ୍ରଦାନ କରାଯାଇଥିଲା। ଶିବିରରେ ବିଶେଷଜ୍ଞ ଶ୍ରୀକାନ୍ତ ମଟାରୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିବାବେଳେ କାର୍ଯ୍ୟକ୍ରମ ପ୍ରାରମ୍ଭରେ କ୍ଲ୍ଲଷ୍ଟର ନୋଡାଲ ଅଧିକାରୀ ବିଷ୍ଣୁ ପ୍ରସାଦ ପଣ୍ଡା କରୋନା କଟକଣା ଓ ସରକାରୀ ନୀତିନିୟମ ସମ୍ପର୍କରେ ଅବଗତ କରିଥିଲେ।

ସେହିପରି ମାକ୍ସ ବ୍ୟବହାର ସହ ସାମାଜିକ ଦୁରତ୍ୱ ଏବଂ ବାରାମ୍ବାର ହାତ ଧୁଆ, ସ୍ୱାସ୍ଥ୍ୟ ରକ୍ଷା ଉପରେ ସଚେତନ କରିଥିଲେ। ମାଷ୍ଟର ଟ୍ରେନର ଭରତ କୁମାର ମେହେର ସୂଚନା ପ୍ରଦାନ ସହ ସ୍ୱାଗତ ଜଣାଇଥିଲେ। ଶିବିରରେ ଏକ୍ସପର୍ଟ ସୂର୍ଯ୍ୟକାନ୍ତ ଦ୍ୱିବେଦୀ ଓ ଅତିଥି ଭାବରେ ବିନୋଦ ଅଗ୍ରୱାଲା ଓ ଶୁଭମ ଗୋୟଲ ପ୍ରମୁଖ ବୁଣାକାରମାନଙ୍କ ଦକ୍ଷତା ବୃଦ୍ଧି, ସମୟାନୁବର୍ତିତା ଓ ଆତ୍ମନିର୍ଭରଶୀଳ ଭାରତ ଗଠନ ସମ୍ପର୍କରେ ବୁଝାଇଥିଲେ। ଶ୍ରୀକାନ୍ତ ମଟାରୀ ବର୍ତ୍ତମାନ ସମୟରେ ବୁଣାକାରୀ ବ୍ୟବସାୟ ସମ୍ପର୍କିତ ଘରେ ବସି ସୋସିଆଲ ମିଡିଆ ସାହାର୍ଯ୍ୟରେ ନିଜର ହାତବୁଣା ଲୁଗା ବିକ୍ରୟ ଓ ଅନ୍ୟ ରାଜ୍ୟର ବ୍ୟବସାୟୀ ମାନଙ୍କ ସହ ସଠିକ ଯୋଗାଯୋଗ ସମ୍ବନ୍ଧିତ ବିଷୟ ଉପରେ ଆଲୋକପାତ କରିଥିଲେ। ପରି·ଳନାରେ ମୁକେଶ ଲୁହା ଓ ଶ୍ରୀ ଦୟାନନ୍ଦ ରଏ ସହଯୋଗ କରିଥିବା ବେଳେ ଭରତ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories