www.samajalive.in
Friday, December 12, 2025
27.1 C
Bhubaneswar

ରିଲାଏନ୍ସ ଟ୍ରେଣ୍ଡ୍‌ସରେ ନିଆଁ, କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

କେଶଦୁରାପାଳ: ଘସିପୁରାଠାରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍‌ସରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ସୂଚନାରୁ ଜଣାଯାଏ, କେନ୍ଦୁଝର ଜିଲା ଘସିପୁରା ଥାନା ଘସିପୁରା ମାର୍କେଟରେ ଥିବା ରିଲାଏନ୍ସ ଟ୍ରେଣ୍ଡ୍‌ସରେ ଅନରାହ୍ନ ୪ ଘଟିକା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହା ଜାଣିବା ପରେ ଭିତରୁ ସମସ୍ତ କର୍ମଚାରୀ ବାହାରକୁ ପଳାଇ ଆସିଥିଲେ। ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଚାରିଆଡ଼ ଧୂଆଁମୟ ହୋଇଯାଇଥିବାବେଳେ ରାସ୍ତାଘାଟ ବନ୍ଦ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଗ୍ନିଶମ ବାହିନୀର ୫ଟି ଦଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିବାବେଳେ ୧ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories